ଡ୍ରାଇଭର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ

0
307
ଡ୍ରାଇଭର ସଂଘ ପକ୍ଷରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୫) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡ୍ରାଇଭର ସଂଘ ପକ୍ଷରୁ ଆଜି ଶ୍ରମିକ ଦିବସ ପାଳିନ କରାଯାଇଛି ।

ଡ୍ରାଇଭର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ । ଡ୍ରାଇଭର ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆ ଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଗାଡି ଚାଳକ ସ୍ଥାନୀୟ କାଳୀସୁନ୍ଦରୀ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେହିଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।ଏଥିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏ ଅବସରରେ କେବଳ ଯାତ୍ରୀ ବାହୀ ବସ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବାଇକ ଚଳାଚଳ ସ୍ୱାଭାବିକ ରହିଥିଲା । ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ କରିଥିଲେ । ସେଥିରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ଉପସଭାପତି କୈଳାସ କାଶୀ, ସମ୍ପାଦକ ତାଡ଼ିଙ୍ଗି ନାଗା, କଷାଧକ୍ଷ ଘନ ଦଣ୍ଡସେନା ସମେତ ବ୍ଲକର ସମସ୍ତ ଗାଡି ଚାଳକ ଉପସ୍ଥିତ ରହିଥିଲେ ।