ହନିଟ୍ରାପ ରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ବୈଜ୍ଞାନିକ

0
95
ହନିଟ୍ରାପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୫) : ହନିଟ୍ରାପ ମାମଲା ରେ ଡିଆରଡିଓ ର ବୈଜ୍ଞାନିକ ଗିରଫ । ମହାରାଷ୍ଟ୍ର ପୁଣେ ରୁ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ଏଟିଏସ୍ ବା ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ।

ପ୍ରଦୀପ ହନିଟ୍ରାପ ରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଦୀପ କୁରୁଲକର ହ୍ୱାଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ ଜରିଆରେ ଡିଆରଡିଓ ର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିଲେ । ଏଥିପାଇଁ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫସାଇଥିଲା । ପ୍ରଦୀପ ହନିଟ୍ରାପର ମାୟା ଜାଲରେ ଫସି ଯାଇ ନିଜ ପଦର ଅପବ୍ୟବହାର କରିଥିଲେ ଏବଂ ଦେଶର ଅତି ସମ୍ବେଦନଶୀଳ ତଥ୍ୟକୁ ସେୟାର କରିଥିଲେ । ଏହା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି ।