ଚଢାଉରେ ୨୫୫ ଲିଟର ଦେଶୀମଦ ସହ ୬ ଗିରଫ

0
80
ଚଢାଉରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୫/୦୫) : ଅବକାରୀ ବିଭାଗର ମିଳିତ ଚଢାଉରେ ବାଇକ ସହ ବିପୁଳ ପରିମାଣର ଦେଶୀମଦ ଜବତ । ଏଥିସହ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ l

ଅବକାରୀ ସେଟଲାଇଟ ୟୁନିଟ, ଜଳେଶ୍ୱର ଏବଂ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ସୋର ଓ ସିମୁଳିଆ ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ୨୫୫ ଲିଟର ଦେଶୀମଦ, ୩୦ ଲିଟର ରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବଦ କରିବା ସହ ଦୁଇଟି ବାଇକ ଜବତ କରାଯାଇ ୬ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୬ ଜଣଙ୍କ ଘର ସୋର ଥାନା ଅଧୀନ ମାଣିପୁର, ବଣ ବିଷ୍ଣୁପୁର ଏବଂ ସିମୁଳିଆ ଥାନା ଅଧୀନ ବାଲିଖଣ୍ଡ ଅଞ୍ଚଳ ରେ ଚୋରା ମଦ ବ୍ୟବସାୟ କରୁଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି l