ଶିକ୍ଷକଙ୍କୁ ଗଳାକାଟି ହତ୍ୟା : ବ୍ରିଜ ତଳେ ପଡିଛି ଶିକ୍ଷକଙ୍କ ମୃତଦେହ

0
79
ତଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୬/୦୫) : ବ୍ରିଜ ତଳେ ପଡିଛି ଶିକ୍ଷକଙ୍କ ମୃତଦେହ । କୁଚିଣ୍ଡା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଖର୍ଲା ନଦୀ ନୂତନ ବ୍ରିଜ ତଳେ ଜଣେ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶିକ୍ଷକ ଜଣକ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଘରୁ କାଲି ୪ଟା ସମୟରେ ବାହାରି ଘରକୁ ଆଉ ଫେରିନଥିଲେ । ସେପଟେ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଉକ୍ତ ସ୍ଥାନରେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।