ଓଲଟିଲା ଟାଟା ଏସି, ୨୦ ରୁ ଅଧିକ ଆହତ

0
75
ଏସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୬/୦୫) : ଓଲଟିଲା ଟାଟା ଏସି, ୨୦ ରୁ ଅଧିକ ଆହତ, ୮ ଜଣ ଗୁରୁତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟାଟା ଏସି ଗାଡି ।

କୀର୍ତ୍ତନ ସାରି ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ବସିଥିବା ଯାତ୍ରୀଙ୍କ ମଦ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ଏହାସହ ୮ ଗୁରୁତର ଥିବା ସୂଚନା। ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା।ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ଏହାସହ ପୋଲିସ ତଦନ୍ତ ଜାରି ରଖିଛି ।