ଏନଏସି ର ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ : ଏନ ଏ ସି ଅଧ୍ୟକ୍ଷା

0
118
ଏନଏସି ର ବିକାଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୫) : କାଶୀନଗର ଏନଏସି ର ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରାଣୀ ସୂଚନା ଦେଇଛନ୍ତି ।

ଏନ ଏ ସି ହୋଇ ୫୦ ବର୍ଷରୁ ଅଧିକ ହୋଇଥିବା ବେଳେ ସେମିତି ଆଖି ଦୃଶିଆ ଉନ୍ନତି ହୋଇପାରିନି, ଜବରଦଖଲ ଉଠାଇବା ହେଉ କି ଗୋଟିଏ ସହର ର ଉନ୍ନୟନ ପାଇଁ ମୌଳିକ ଆବଶ୍ୟକ ଉନ୍ନତିକରଣ ହୋଇନାହିଁ । ଏନଏସି ର ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ । ଏବେ ଅଧ୍ୟକ୍ଷା କହିଛନ୍ତି କି ପାର୍କ ବ୍ଲକ ଅଫିସ ପାଖରେ ନିର୍ମାଣ ଚାଲିଛି, ଗେଷ୍ଟ ହାଉସ ନିର୍ମାଣ ହେବ, ରାସ୍ତା ପ୍ରଶସ୍ତି କରଣ ପାଇଁ ଜବରଦଖଲ ଉଚ୍ଛେଦ ହେବ, ବଜାର ର ଉନ୍ନତି କରଣ କରାଯିବ, କିନ୍ତୁ ଏ ଯାଏଁ ସହର ରେ ଟାଉନ ହାଲ ନ ଥିବାରୁ ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବସ ଷ୍ଟାଣ୍ଡ ରେ ରେଷ୍ଟ ସେଡ ନାହିଁ ଏଭଳିକି ଏନ ଏ ସି ସ୍ଥାୟୀ କାର୍ଯ୍ୟାଳୟ ନାହିଁ । ବର୍ତମାନ କଲ୍ୟାଣ ମଣ୍ଡପରେ କାର୍ଯ୍ୟାଳୟ ଚାଲିଛି । ଆଗକୁ ଆହୁରି ଅନେକ ଦିନ ପଡ଼ିଛି ବର୍ତ୍ତମାନ ଅଧ୍ୟକ୍ଷା ଙ୍କ ହାତରେ ବହୁତ ସମୟ ରହିଛି ଏଣୁ ସହରବାସୀ ବହୁତ କିଛି ଆଶା ରଖିଛନ୍ତି । ଏଣୁ ସେ ଏ ନେଇ କ’ଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା । କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ ମଧ୍ୟ ଖାଲି ପଡ଼ିଛି ।