କାଶୀନଗର ସହରରେ ଡ୍ରଗ ଇନିସ୍ପେକଟର ଙ୍କ ଚଢ଼ାଉ 

0
145
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୩) : କାଶୀନଗର ସହରରେ ଡ୍ରଗ ଇନିସ୍ପେକଟରଙ୍କ ଦ୍ୱାରା ବସ ଷ୍ଟାଣ୍ଡ, ଫୋରେଷ୍ଟ ଛକ ଓ ବ୍ୟାଙ୍କ ଛକ ଠାରେ ଥିବା ବିଭିନ୍ନ ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରିଥିଲେ ।

ଯେଉଁ ଦୋକାନ ମାନଙ୍କରେ ପାନ ମସଲା, ଗୁଟଖା କିମ୍ବା ପଲିଥିନ ବିକ୍ରି କରୁଥିଲେ ଦୋକାନ ମାନ ତନଖି କରି ସେମାନଙ୍କ ଉପରେ ଜରିମାନା ପକାଇଥିଲେ । ଏଠାରେ ପ୍ରାୟ ଆଠ ଦଶଟି ଦୋକାନ ଉପରେ ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ଏହି ଚଢ଼ାଉ ଗଜପତି ଜିଲ୍ଲା ଡ୍ରଗ ଇନିସ୍ପେକଟର ପ୍ରସନ୍ନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ହୋଇଥିବାବେଳେ ତାଙ୍କୁ କାଶୀନଗର ଅବକାରୀ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଥାନାର ଅଧିକାରୀ ମାନେ ସହଯୋଗ କରିଥିଲେ ।