ଲୋକେ ଜମି ଦେବାକୁ ପ୍ରସ୍ତୁତ, ସରକାରୀ ହାଇସ୍କୁଲ ରଣସପୁର ଗ୍ରାମରେ ହେଉ

0
186
ଲୋକେ ଜମି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୬/୫) : ଲୋକେ ଜମି ଦେବାକୁ ପ୍ରସ୍ତୁତ । ବୋରିଗୁମ୍ମା ବ୍ଳକ ରଣସପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଆଜି ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟକୁ ପହଞ୍ଚି ତହସିଲଦାର ଓ ବି.ଡି.ଓ.ଙ୍କୁ ହାଇ ସ୍କୁଲ ନିର୍ମାଣ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି ।WhatsApp Image 2023 05 07 at 09.10.01 ଲୋକେ ଜମି ଦେବାକୁ ପ୍ରସ୍ତୁତ, ସରକାରୀ ହାଇସ୍କୁଲ ରଣସପୁର ଗ୍ରାମରେ ହେଉ

ରଣସପୁର ଗ୍ରାମବାସୀ ସରକାରୀ ହାଇସ୍କୁଲ ପାଇଁ ଲୋକେ ଜମି ଦେବାକୁ ପ୍ରସ୍ତୁତ ଥିବା ଜଣାଯାଇଛି ନିଷ୍ପତ୍ତି ପ୍ରକାରେ ପ୍ରଶାସନକୁ ଆବେଦନ ପ୍ରଦାନ । ଏଥି ପୂର୍ବରୁ ସରପଞ୍ଚ ଟଙ୍କଧର ନାୟକଙ୍କ ନେତୃତ୍ୱରେ ଚଳିତ ମାସ ୩ ତାରିଖରେ ଏକ ବୈଠକ କରାଯାଇ ଗ୍ରାମବାସୀଙ୍କ ନିଷ୍ପତ୍ତି ପ୍ରକାରେ ପ୍ରଶାସନକୁ ଏହି ଆବେଦନ ପ୍ରଦାନ କରିଥିବା ଜଣାପଡିଛି । ଆବେଦନ ପ୍ରକାରେ ରଣସପୁର ପଞ୍ଚାୟତରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତ ସଦର ମହକୁମା ରଣସପୁର ଗ୍ରାମରେ ଆବଶ୍ୟକ ଜମି ନ ଥିବାରୁ ଜାନିଗୁଡା ଗ୍ରାମରେ ସ୍କୁଲ ନିର୍ମାଣ ପାଇଁ ଯୋଜନା ଚାଲିଥିବା ଶୁଣିବାକୁ ମିଳୁଛି । କିନ୍ତୁ ରଣସପୁର ଗ୍ରାମ କେନ୍ଦ୍ର ସ୍ଥଳରେ ଥିବାରୁ ଏଠାରେ ବିଦ୍ୟାଳୟ ନିର୍ମାଣ କଲେ ସମସ୍ତ ଗ୍ରାମର ଛାତ୍ର ଛାତ୍ରୀ ଉପକୃତ ହେବେ । ଏଥିପାଇଁ ସହଦେବ ନାୟକ, ଈଶ୍ୱର ନାୟକ, ସୂର୍ଯ୍ୟ ନାରାୟଣ ନାୟକ ଓ ଲକ୍ଷ୍ମଣ ନାୟକ ନିଜ ନିଜର ସମୁଦାୟ ୨ ଏକର ଜମି ଦାନ କରିବାକୁ ପ୍ରସ୍ତୁତ ଥିବା ବିଷୟ ଆବେଦନରେ ଉଲ୍ଲେଖ କରିଛନ୍ତି ।