କୁରୁଗୁଡ଼ା ପୋଲ ର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

0
81
କୁରୁଗୁଡ଼ା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୭/୦୫) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମାଣିକେଶ୍ଵର ପଞ୍ଚାୟତ ର କୁରୁଗୁଡ଼ା ପୋଲ ର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନWhatsApp Image 2023 05 06 at 20.05.59 1 କୁରୁଗୁଡ଼ା ପୋଲ ର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

ପାଖାପାଖି ପାଞ୍ଚ ରୁ ଉର୍ଦ୍ଧ୍ଵ ଗାଁ’କୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପୋଲ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପୂର୍ବରୁ ଏହି ଅଞ୍ଚଳ ଜି.ଉଦୟଗିରି ବ୍ଲକ୍ ଅଧୀନ ରେ ଥିବା ବେଳେ ଏକ ପୋଲ କାମ ଆରମ୍ଭ ହୋଇଥଲା ମଧ୍ୟ ତାହାକୁ ଅଧ ପନ୍ତରିଆ ଭାବେ ଛାଡ଼ି ଦିଆ ଯାଇଥିଲା । ଏ ନେଇ ସ୍ଥାନୀୟ ଲୋକମାନଙ୍କ ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଏହାକୁ ସାମିଲ୍ କରାଯାଇ କୁରୁଗୁଡ଼ା ପୋଲ ର ଶିଳାନ୍ୟାସ କରାଯାଇଛି । କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ୱତନ୍ତ୍ର ବିକାଶ ପରିଷଦ ସଦସ୍ୟ ଭୂଷଣ ପ୍ରଧାନ, ବ୍ଲକ୍ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲ, ଜିଲ୍ଲା ସମ୍ପାଦକ ବିଜୟ ପଣ୍ଡା, ଛାତ୍ର ସଭାପତି ରୋସନ୍ ନାୟକ, ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ, ମିଥୁନ ଦିଗାଲ ପ୍ରମୁଖ ଶାମିଲ ହୋଇଥିଲେ ।