ବେକରୁ ସୁନା ଚେନ ଲୁଟି ନେବା ଘଟଣା : ୨ ଗିରଫ

0
111
ବେକରୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା-ସୋନପୁର ମୁଖ୍ୟ ରାସ୍ତାରେ ଗତ ବୁଧବାର ଜଣେ ମହିଳା ଙ୍କ ବେକରୁ ସୁନା ଚେନ ଲୁଟିଥିବା ଅଭିଯୋଗ ରେ ପୁଲିସ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।WhatsApp Image 2023 05 07 at 11.38.04 ବେକରୁ ସୁନା ଚେନ ଲୁଟି ନେବା ଘଟଣା : ୨ ଗିରଫ

ବେକରୁ ସୁନା ଚେନ ଲୁଟି ନେବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଳେ ସୋନପୁର ଥାନା ନାଗପାଲି ଗ୍ରାମର ନେତ୍ରାନନ୍ଦ ଭାରତୀ (୨୩) ଏବଂ ରଞ୍ଜନ ମେଘାନୀ(୨୭) ।ଘଟଣାରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ଧମା ଥାନା ସାହାସପୁର ଗ୍ରାମର ତ୍ରିଲୋଚନ ପଣ୍ଡା ଓ ତାଙ୍କ ସହଧର୍ମିଣୀ ରେଣୁକା ପଣ୍ଡା ବୁଧବାର ବିନିକା ଏନଏସି ଅଧିନସ୍ଥ ଡଭଲା ଗ୍ରାମରେ ଏକ ଶ୍ରାଦ୍ଧ ଘରରେ ଯୋଗଦେଇ (OD-31C 2868) ନମ୍ବର ସ୍କୁଟି ଗାଡ଼ିରେ ଦିନ ପ୍ରାୟ ୧୨.୪୫ମିନିଟ ସମୟରେ ଫୁଳମୁଠୀ ଗ୍ରାମକୁ ଯାଉଥିଲେ । ବିନିକା ସହର ଡେଗିବା ପରେ ପିଏଚଡି ଅଫିସ ସମ୍ମୁଖ ମୁଖ୍ୟ ରାସ୍ତା ରୁ ଦୃତ ଗତି ରେ ବାଇକ ଯୋଗେ ରଞ୍ଜନ ଏବଂ ନେତ୍ରାନନ୍ଦ । ତାଙ୍କ ପଛେ ପଛେ ଏକ ଗାଡ଼ିରେ ଦୁର୍ବୃତ୍ତ ମାନେ ଆସି ହଠାତ କିଛି ଭାବିବା ପୂର୍ବରୁ ରେଣୁକାଙ୍କ ବେକରେ ଥିବା ୪୦ ଗ୍ରାମର ଦୁଇଟି ସୁନା ଚେନ ମାଲିକୁ ଲୁଟି ଦୃତ ଗତିରେ ସୋନପୁର ଆଡ଼କୁ ଚାଲି ଯାଇଥିଲେ ।

ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । ସେମାନେ ଘଟଣା ସମ୍ପର୍କରେ ବିନିକା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଜାରି ରଖିଥିଲେ । ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଚ ର ଆଧାର ରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଆଜି ଅଭିଯୁକ୍ତ ମାନଙ୍କୁ ବିନିକା କୋର୍ଟ ରେ ହାଜର କରିବା ପରେ ସେଠାରେ ଯାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସୋନପୁର ଜେଲ ହାଜତ କୁ ପଠାଯାଇଛି । ଲୁଟ ହୋଇଥିବା ସୁନା ଚେନ ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇ ପାରିନାହିଁ । ସେମାନଙ୍କ ଠାରୁ ଯେଉଁ ଗାଡି ରେ ଡକାୟତି କରିଥିଲେ ଏକ ନମ୍ବର ବିହୀନ ଗ୍ଲେମର ବାଇକ, ସହ ଅନ୍ୟାନ୍ୟ ୩ଟା ଚୋରି ବାଇକ, ମୋବାଇଲ ୪ ଟି, କଳାରଙ୍ଗ ର ମୁଖା ୪ଟା, ଚକୁ ୨ଟା, ଖେଳନା ପିସ୍ତଳ ଗୋଟିଏ, ଗୋଟିଏ ଗ୍ୟାରେଣ୍ଟି ଚେନ ଆଦି ଜବତ କରାଯାଇଥିବା ଥାନା ଏସଆଇ ରବିନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।