ଅଭିଯୁକ୍ତ ବଦଳ ରେ ଏତଲା କାରୀଙ୍କୁ ଦାଉ ସାଧୁଛନ୍ତି ପୋଲିସ ବାବୁ

0
161
ଅଭିଯୁକ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୦୬/୦୫) : ଅଭିଯୁକ୍ତ ବଦଳ ରେ ଏତଲା କାରୀଙ୍କୁ ଦାଉ ସାଧୁଛନ୍ତି ପୋଲିସ ବାବୁ । ଟିଟିଲାଗଡ ଏକ ନମ୍ୱର ୱାର୍ଡ ନିବାସୀ ଗୁରୁବାରି ଲୁହା ନାମ୍ନୀ ଜଣେ ବିଧବା ମହିଳା ତାଙ୍କ ଘର ଜାଗା ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସ୍ଥାନୀୟ ଥାନାରେ ଗତ ତା ୦୩-୦୪-୨୩ ରିଖ ଦିନ ପୋଲିସ୍ ଅଧିକାରୀ ଶ୍ରୀଯୁକ୍ତ ଛତର ଙ୍କ ନିକଟରେ ଏତଲା ଦେଇଥିଲେ ।

ହେଲେ ଏତଲା ଦେବା ମାତ୍ରେ ଏକ ଏତଲା ନକଲ ନ ଦେଇ ଆମେ ଉକ୍ତ ଅଭିଯୁକ୍ତ କୁ ଡକେଇବୁ କହି କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିଲେ । ବାରମ୍ବାର ଥାନା ଓ ତହସିଲ ଆଦି ଧାଇଁ, ଧାଇଁ ଶେଷରେ ନିରାଶ ହୋଇ ଆଇନଜୀବୀ ସଞ୍ଜୟ କୁମାର ପଣ୍ଡା ଙ୍କୁ ଜଣେଇ ଥାନା କୁ ଯାଇଥିଲେ । ଥାନା ରେ ଶ୍ରୀ ଛତର ଙ୍କୁ ଜଣେଇ ଓ ଲିଖିତ ଅଭିଯୋଗ ଦେବା ପରେ ସେ ସ୍ଥାନୀୟ କାଉନସିଲର ଙ୍କ ବଦଳ ରେ ତାଙ୍କ ସ୍ଵାମୀ ଙ୍କୁ ଫୋନ୍ କରି ଥିଲେ । ହେଲେ ପୂର୍ବ ରୁ ଲିଖିତ ଅଭିଯୋଗ ସତ୍ତ୍ୱେ ଆଉ ଏକ ଏତଲା ମାଗିଥିଲେ ଓ ତାହା ଦିନ ପ୍ରାୟ ୪ ଟା ରେ ପଢି ଅଭିଯୁକ୍ତ ବଦଳ ରେ ଉକ୍ତ ମହିଳା ଙ୍କୁ ସାକ୍ଷୀ, ପ୍ରମାଣ ନାଁ ଆଦି ପଚାରିବା ଓ ବସନ୍ତ ବାବୁ ଙ୍କୁ ଭେଟ କହି ଫେରାଇ ଦେଇଥିଲେ, ହେଲେ ଉକ୍ତ ୱାର୍ଡ ମେମ୍ବର ଥିବା ମହିଳା ଙ୍କ ସ୍ୱାମୀ ବସନ୍ତ ଙ୍କୁ ସାକ୍ଷାତ କରି ନ ପାରି ଥାନା ଆଗରେ ମହିଳା ସକାଳୁ ଜଗି ରହି ଛନ୍ତି ।

ଜଣେ ପୋଲିସ ଅଧିକାରୀ ହୋଇ ଏତଲା ଅନୁଯାୟୀ ସରକାରୀ ଭାବେ କାର୍ଯ୍ୟ ନ କରି ଦିନ ଗଡ଼େଇ କାର୍ଯ୍ୟ ତୁଲାଇବା ବଦଳ ରେ ଏହିଭଳି ହଇରାଣ ହରକତ କରିବା କେତେ ଯୁକ୍ତିଯୁକ୍ତ ? ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା କୁ ଦାବି ହେଉଛି । ସେହିପରି ଥାନା ପରିସର ରେ ଏତଲା ଲେଖିବାକୁ ୩୦୦ ରୁ ୫୦୦ ଟଙ୍କା କିଛି ବ୍ୟକ୍ତି ନେଇ ହଇରାଣ ହରକତ କରିବା ଅଭିଯୋଗ ହୋଇ ଆସୁଛି । ଏ ନେଇ ସବିଶେଷ ତଦନ୍ତ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।