ରାଜନୈତିକ ଶତ୍ରୁତାରୁ ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

0
83
ହତ୍ୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢ଼େଙ୍କାନାଳ, (୦୮/୦୫) : ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅନୁମାନ ।

ମୃତକ ଜଣଙ୍କ ଢ଼େଙ୍କାନାଳ କାମାକ୍ଷାନଗର ଦିଘୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ଵର ରାଉତ । ରାଜନୈତିକ ଶତ୍ରୁତାରୁ କିଛି ଦୁର୍ବୃତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବାର ଅନୁମାନ କରାଯାଉଛି । ଗତକାଲି ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।