ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0
101
ବ୍ଲକସ୍ତରୀୟ ଭୀମଭୋଇ

ରିପୋର୍ଟ : ଧ୍ରୁବରାଜ ମିଶ୍ର/ ପ୍ରେମାନନ୍ଦ ନାୟକ
ସୁବର୍ଣ୍ଣପୁର, (୦୮/୦୫) : ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଓ ଏସଭି ନିରତାର ଓଲଟପୁର ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି lବ୍ଲକସ୍ତରୀୟ ଭୀମଭୋଇ

ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିରରେ ବିନିକା ବ୍ଲକ ଅନ୍ତର୍ଗତ ଚୟନ ହୋଇଥିବା ବିଭିନ୍ନ ୩୮ ଜଣ ଭିନ୍ନକ୍ଷମ ମାନଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସିଡିଓ ତଥା ଇ ଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ବିଡ଼ିଓ ବିନିକା ବ୍ୟାସଦେବ ବେହେରା, ପ୍ରମୁଖ ଯୋଗଦାନକରି ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ କରିଥିଲେ l ଏହି ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ୍ ରାଏ ତଥା ଅନ୍ୟାନ୍ୟ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l