ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟି ଆ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା କୁ ଅଦ୍ଭୁତ ପୂର୍ବ ସଫଳତା

0
155
ବଜରଙ୍ଗ ଦଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୪) : ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ସୋନପୁର ବନ୍ଦ କରାଯାଇଛି ।

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରେ ବନ୍ଦ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖାଯାଇଛି । ସକାଳୁ ସକାଳୁ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ଗାଡ଼ି ମଟର ବନ୍ଦ କରିଥିବା ବେଳେ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି । ମୋଟା ମୋଟି ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ସଂମ୍ପୁର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି । ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ଆଗକୁ ଯଦି ଏଭଳି କାର୍ଯ୍ୟ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି ।ଆଜିର ଏହି ବନ୍ଦ ପାଳନରେ ବଜରଙ୍ଗ ଦଳର ଜିତୁ ବଡ଼ମାଳି, ସ୍ୱରୂପ ପାତ୍ର, ମନୋଜ କୁମାର ପଟ୍ଟନାୟକ, ମିତ୍ର ଭାନୁ ମେହେରଙ୍କ ସମେତ ଅନେକ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ । ବନ୍ଦ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଶହଶହ ଗାଡ଼ି ର ସମସ୍ତ ଷ୍ଟାଫ୍ ଙ୍କୁ ଆନ୍ଦୋଳନ କାରୀଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା ।