ନିଜ ରୋଗୀଣା ମା’ଙ୍କୁ ନେଇ ଆସିଥିବା ଭୋଟରଙ୍କୁ ପୋଲିସର ମାଡ଼

0
76
ନେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୧୦/୦୫) : ଝାରସୁଗୁଡା ୨୩୬ ନମ୍ବର ବୁଥ୍‌ରେ ଭୋଟରଙ୍କୁ ପୋଲିସର ମାଡ଼କୁ ନେଇ ଉତ୍ତେଜନା

ନିଜ ରୋଗୀଣା ମାଆଙ୍କୁ ନେଇ ଆସିଥିବା ଭୋଟରଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ମାଡ଼ ମାରିଥିଲେ । ଏହାକୁ ନେଇ ବୁଥ ପରିସରରେ ଉତ୍ତେଜନା ଦେଖାଦେଇଛି । ଏହା ପୂର୍ବରୁ ୫୯ ନମ୍ବର ବୁଥ୍‌ରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ ଭିତରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚିବା ପରେ ମତଦାନ ସ୍ଵାଭାବିକ ହୋଇଥିବା ସୂଚନା ରହିଛି ।