ଝାରସୁଗୁଡ଼ା ପ୍ରେସ କ୍ଲବ ଦ୍ୱାରା ଝାରସୁଗୁଡ଼ାରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

0
203

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୧୬/୧୧) : ଆଜି ଜାତୀୟ ପ୍ରେସ ଦିବସ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଝାରସୁଗୁଡ଼ା ପ୍ରେସ କ୍ଲବ ର ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ।

ଏହି ଅବସରରେ ସମାଜ ପାଇଁ ପ୍ରେସର ଭୂମିକା ଏବଂ ସାମ୍ବାଦିକଙ୍କୁ ଖବର ପରିବେଷଣରେ ସ୍ବାଧୀନତା ଦେବା ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ବିଭିନ୍ନ ସମୟରେ ଗଣମାଧ୍ୟମର କଣ୍ଠରୋଧ ହେଉଥିବା ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଝାରସୁଗୁଡ଼ା ପ୍ରେସ କ୍ଲବ ର ସଭାପତି ସନ୍ତୋଷ ମିଶ୍ର, ସାଧାରଣ ସମ୍ପାଦକ ସୁଦାମ ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ଏବଂ ଯୁବ ସାମ୍ବାଦିକଗଣ ଯୋଗଦେଇଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଡିଆଇପିଆରଓ ଯୋଗେନ୍ଦ୍ର ମାଝି ।