ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଦାବିପତ୍ର ପ୍ରଦାନ

0
76
ଜିଲ୍ଲାସ୍ତରୀୟ ମିଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୧/୦୫) : ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଏକ ଦଫା ଦାବି ପୁରଣ ନିମନ୍ତେ ନିଜସ୍ୱ କାର୍ଯ୍ୟାଳୟ ମୁଖ୍ୟ ଅଧିକାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଏକମାତ୍ର ଦାବି ଯାହାକି ଶିକ୍ଷାଗତ ଯୋଗ୍ୟତା ଅନୁସାରେ କନିଷ୍ଠ ସହାୟକଙ୍କ ଦରମା ORSP ନିୟମ ୨୦୧୭ ର ଲେବଲ୍ ୦୪ ପରିବର୍ତ୍ତେ ଲେବଲ୍ ୦୯ ଅନୁସାରେ ପ୍ରଦାନ । ସରକାର ଯଦି ଉକ୍ତ ଦାବିକୁ ମଇ ୨୧ ସୁଧା ପୁରଣ ନକରନ୍ତି ତେବେ ରାଜ୍ୟବାପୀ ସମସ୍ତ ଅମଲା ମଇ ୨୨ ରୁ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବେ ଏବଂ ଜୁନ୍ ୧ ରୁ ଦାବିପୁରଣ ହେବା ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବେ ବୋଲି ରାଜ୍ୟସଂଘ ନିଷ୍ପତି ନେଇଛନ୍ତି । ଏହା ନେଇ ସ୍ଥାନୀୟ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅମଲା ଶ୍ରୀ ଗୋପିନାଥ ରାଉତଙ୍କ ନେତୃତ୍ୱରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଶ୍ରୀ ଲଳିତ କୁମାର କଁହରଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ବିଭାଗୀୟ ଅଧିକାରୀ ମନୋରଞ୍ଜନୀ କାର୍ୟୀ, ବରିଷ୍ଠ ସହାୟକ ଶାନ୍ତି ଖାଢଙ୍ଗା, ବସନ୍ତ ବେହେରା, ଗିରିଧାରୀ ସାହୁ, ଅହଲ୍ୟା ରଥ, ଗୀତାଞ୍ଜଳୀ ଗରିଆଗଢୁ, ରାଧାକୃଷ୍ଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏଥିନିମନ୍ତେ ସହଯୋଗ କରିବେ ବୋଲି ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।