ସାପ କାମୁଡ଼ାରେ ଶିଶୁ କନ୍ୟା ମୃତ୍ୟୁ

0
85
ସାପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୧/୦୫) : ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ୮ବର୍ଷର ଶିଶୁ କନ୍ୟାର ଜୀବନ ।

ଭୋଗରାଇ ସାତସୁଳିଆ ଗ୍ରାମର ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୁଷ୍ଠି ହୋଇଛି । ସୂଚନା ମୁତାବକ ସାତସୁଳିଆ ଗ୍ରାମର ମନରଞ୍ଜନ ସେଠି ୮ବର୍ଷର ଝିଅ ଦୀପିକା ସେଠୀ ଘର ଆଗରେ ଉପରଓଳି ଇଟା ଗଦା ପାଖରେ ଖେଳୁ ଥିବା ସମୟରେ ହଠାତ ତାଙ୍କ ଗୋଡ଼ରେ ବିଷାକ୍ତ ସାପ ଟି ଚୋଟ ମାରି ପଳାଇ ଯାଇଥିଲା । କୁନି ଝିର ଚିତ୍କାର ଶୁଣି ପରିବାର ଲୋକେ ଝିଅକୁ ସଙ୍ଗେ ସଙ୍ଗେ ଜଳେଶ୍ୱର ଜିକେ ଭଟର ହସ୍ପିଟାଲକୁ ନେଇଥିଲେ ମାତ୍ର ଝିଅର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ, ବାଲେଶ୍ୱର ଯିବା ରାସ୍ତାରେ ଦୀପିକାର ମୃତ୍ୟୁ ଘଟିଥିଲା । କମର୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବେଛଦ ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାତରଣ କରିଛି । ତେବେ ଏଭଳି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।