ଜବ କାର୍ଡ ଧାରୀ ଶ୍ରମିକଙ୍କ ସରକାରୀ ଭାବେ ଦୁର୍ନୀତି ବନ୍ଦ ନେଇ ବିଶାଳ ସମାବେଶ

0
97
ଜବ କାର୍ଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୧୨/୦୫) : ଟିଟିଲାଗଡ ବ୍ଲକ ର ଗାଁ ସାଥି (ମେଟ) ଓ ଜବ କାର୍ଡ ଧାରୀ ଶ୍ରମିକ ଙ୍କ ସରକାରୀ ଭାବେ ଦୁର୍ନୀତି ବନ୍ଦ ନେଇ ବିଶାଳ ସମାବେଶ ଓ ରେଲି ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2023 05 13 at 11.39.10 ଜବ କାର୍ଡ ଧାରୀ ଶ୍ରମିକଙ୍କ ସରକାରୀ ଭାବେ ଦୁର୍ନୀତି ବନ୍ଦ ନେଇ ବିଶାଳ ସମାବେଶ

ଟିଟିଲାଗଡ ବ୍ଲକ ର ସମସ୍ତ ଗାଁ ସାଥୀ ଓ ଜବ କାର୍ଡ ଧାରୀ ଶ୍ରମିକ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଏକତ୍ରିତ ହୋଇ ସେଠୁ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ରେଲି ରେ ଯାଇ ଉକ୍ତ ଛକ ରୁ ଉପ ଜିଲ୍ଲାପାଳଙ୍କ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଣ ଧାରଣା ଦେଇଥିଲେ । ମନରେଗା ଯୋଜନା ଅନୁଯାୟୀ ଗତ ୨୦୧୯ ମସିହା ଠାରୁ ୨୦୨୩ ମସିହା ମଧ୍ୟରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ର ସୂଚନା ଫଳକ ମୁତାବକ ଅର୍ଥ ପ୍ରଦାନ, ମନମୁଖୀ ଭାବେ ଗାଁ ସାଥୀ ନିଯୁକ୍ତି ଓ ଉଚ୍ଛେଦ ବନ୍ଦ, ଠିକାଦାର ଙ୍କୁ ହଟାଜିବା, ଠିକାଦାର ଙ୍କୁ ଏନ ଏମ ଏମ ଏସ ରେଜିଷ୍ଟ୍ରେସନ ଆଇଡି ଦେବା ବନ୍ଦ କରିବା, ଶ୍ରମିକ ଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସଠିକ ସମୟ ରେ ଧାର୍ଯ୍ୟ ମଜୁରୀ ପ୍ରଦାନ, ଗାଁ ସାଥି ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରମୁଖ ଦାବି ନେଇ ଆୟୋଜିତ ଏହି ରେଲି ଓ ସମାବେଶ ଅନୁଷ୍ଠିତ ହୋଇଥିଲା ।

ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ପ୍ରଦର୍ଶନ କରି ଏ ସବୁ ଦୁର୍ନୀତି ନେଇ ସବୁ ଦାବି ଉପସ୍ଥାପନ କରି ଏକ ଦାବି ପତ୍ର ପ୍ରଦାନ କରାଯାଇ ଥିଲା । ଏଥିରେ ବହୁ ସଂଖ୍ୟା ରେ ବିଭିନ୍ନ ପଞ୍ଚାୟତ ବାସି ଯୋଗ ଦେଇଥିବା ବେଳେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ନେଇ ଟିଟଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ତଥା ଟିଟଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ ।