ଗୋଟିଏ ଦିନରେ କଲେଜ ଛାତ୍ରଙ୍କ ଦାବୀ କୁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି

0
129
ଗୋଟିଏ ଦିନରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୫) : କାଶୀନଗର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଛାତ୍ରଙ୍କ ଦାବୀ କୁ ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି

କାଶୀନଗର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଛାତ୍ରଙ୍କ ଦାବୀ କୁ ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି ମିଳିଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5T ସଚିବ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ ଦେବା ଅବସରରେ କଲେଜ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ ଏନଏ ସି ଉପାଧ୍ୟକ୍ଷ ରଘୁରମ ସାହୁ ଗୋଟିଏ ସ୍ଥାନରେ ଉପସ୍ଥିତ ହୋଇ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି କଲେଜ +୨ ଓ +୩ ଶ୍ରୀ ରାମ କଲେଜକୁ ଅନୁଦାନ ପ୍ରଦାନ ର ସ୍ୱୀକୃତି ଓ ମଞ୍ଜୁର ହୋଇଥିବା ଜଣାପଡିବା ପରେ ଛାତ୍ର ଓ ଛାତ୍ରୀ ଅବିଭାବକ କଲେଜର ଭିତ୍ତି ଭୂମି ବିକାଶ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ରୁମର ବିକାଶ ନିମନ୍ତେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଜରିଆରେ ମଞ୍ଜୁରୀ କରିଥିବାରୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଓ କାଶୀନଗର ଜନସାଧାରଣ ଓ ଅବିଭାବକ ଦୁହିଁଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ହୃଦୟ ପୂର୍ବକ କୃତଜ୍ଞତା ଜ୍ଞାପନ କରିଛନ୍ତି ।