ବନ୍ଧୁକ ଏବଂ ଭୁଝାଲି ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ : ପୋଲିସର ତଦନ୍ତ ଜାରି

0
86
ବନ୍ଧୁକ ଏବଂ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୩/୦୫) : ଘରେ ପଶି ଲୁଟିନେଲେ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ଅଘିରାପଦା ଗାଁ’ରେ ଗତ ବିଳମ୍ବିତ ରାତିରେ ଶାନ୍ତିଲତା ନାୟକଙ୍କ ଘରୁ ବନ୍ଧୁକ ଏବଂ ଭୁଝାଲି ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ ।

ଗତକାଲି ରାତିରେ ଶାନ୍ତିଲତା ଏବଂ ତାଙ୍କ ବୋହୂ ଘରେ ଶୋଇଥିବାବେଳେ ୭ ରୁ ୮ ଜଣ ଦୁର୍ବୃତ୍ତ ଘରର ଛାତ ଦେଇ ଘର ଭୁତରକୁ ପଶି ବନ୍ଧୁକଏବଂ ଭୁଝାଲି ଦେଖାଇ ଘରେ ଥିବା ନଗଦ ୫୦ ହଜାର ଟଙ୍କା ସମେତ ୫ ଭରିରୁ ଉର୍ଦ୍ଧ୍ୱ ସୁନାଗହଣା ଲୋଟିନେଛନ୍ତି । ଦୁର୍ବୃତ୍ତମାନେ ପ୍ରଥମେ ଘରେ ପଶି ଘର ଅଗଣାରେ ଶୋଇଥିବା ମହିଳାଙ୍କୁ ବନ୍ଧୁକ ଏବଂ ଭୂଜାଲି ଦେଖାଇ ଭୟଭୀତ କରିଥିଲେ । ପରେ ନୂଆ ବାହା ହୋଇଥିବା ତାଙ୍କ ବୋହୂଙ୍କ ଘର ଭିତରକୁ ଯାଇ ଗଡରେଜ ଚାବି ମାଗିଥିଲେ । ସେମାନେ ଚାବି ନଦେବାରୁ ବନ୍ଧୁକ ଓ ଭୁଜାଲି ଦେଖାଇ ମାରିଦେବାକୁ କହିଥିଲେ l ତେଣୁ ଭୟରେ ଗଡରେଜ ଚାବି ଦେବାପରେ ଦୁବୁର୍ତ୍ତମାନ ଗଡରେଜରେ ଥିବା ସମସ୍ତ ସୁନା ଗହଣା ଏବଂ ନଗଦ ଟଙ୍କା ନେଇଯାଇଥିଲେ ।

ଦୁର୍ବୃତ୍ତମାନ ଶାଶୁ ବୋହୂଙ୍କୁ ଘର ବାହାରୁ ଚାବି ଦେଇ ପଳାଇ ଯାଇଥିଲେ । ପରେ ଚିତ୍କାର କରି ଡାକିବାରୁ ଗ୍ରାମବାସୀ ମାନେ ଆସି ଶାଶୁ ବୋହୂଙ୍କୁ ଉଦ୍ଧାର କରିବା ସହିତ ଔପଦା ପୋଲିସକୁ ଖବର ଦେଇଥିଲେ । ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି । ଗତ ୨ମାସ ପୂର୍ବରୁ ଶାନ୍ତିଲତା ତାଙ୍କ ପୁଅର ବିବାହ ହୋଇଥିବା ବେଳେ ଦୁବୁର୍ତ୍ତ ମାନେ ଟାର୍ଗେଟ କରି ଏହି ଲୁଟ କରିଥିବା ଜଣାପଡ଼ିଛି ।