ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

0
79
ପୋଖରୀରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୪/୦୫) : ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର l ଲକ୍ଷ୍ମୀନଗର ହୁଡ଼ିସାହି ପୋଖରୀ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଲେ ବାଲେଶ୍ୱର ଅଞ୍ଚଳର ଭୂୟାଁ ବାସ୍କ । ମୃତ୍ୟୁ ର କାରଣ ଅସ୍ପଷ୍ଟ l ଆଜି ସକାଳୁ ଲକ୍ଷ୍ମୀନଗର ହୁଡ଼ିସାହି ନିକଟ ରେ ଥିବା ଏକ ପୋଖରୀ କୁ ଗାଧେଇବାକୁ କିଛି ଲୋକ ଯାଇଥିଲେ l ପୋଖରୀ ଭିତରେ ଏକ ଯୁବକ ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସ କୁ ଖବର ଦିଆଯାଇଥିଲା । ଯାଜପୁର ରୋଡ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଖରୀରୁ ମୃତଦେହ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । କିଏ ମାରିକି ସେଠାରେ ଫୋପାଡି ଦେଇଛି ନା ସିଏ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ । ପୋଲିସ ଖୋଳତାଡ ଜାରି ରଖିଛି