ଜୀ ସାର୍ଥକରେ ସନ୍ଧ୍ୟା ୬:୩୦ ରେ ପ୍ରସାରିତ ‘ମୁଁ ବି ବିଜୟିନୀ’ରେ ଆସିଲା ନୂଆ ମୋଡ଼

0
92
ଜୀ ସାର୍ଥକରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୧୪/୦୫) : ଜୀ ସାର୍ଥକରେ ପ୍ରସାରିତ ‘ମୁଁ ବି ବିଜୟିନୀ‘ କାହାଣୀ ଆରମ୍ଭ ହୋଇଥିଲା ସ୍ତୁତି ମହାରଥୀଙ୍କ ପାଖରୁ, ଜଣେ ଏମ୍. ଏଲ.ଏ ଯିଏ ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବାକୁ ସର୍ବଦା ପ୍ରୟାସରତ ।

ଜୀ ସାର୍ଥକରେ ସନ୍ଧ୍ୟା ୬:୩୦ ରେ ପ୍ରସାରିତ ‘ମୁଁ ବି ବିଜୟିନୀ’ରେ ଆସିଲା ନୂଆ ମୋଡ଼ । ୨୦ ବର୍ଷ ଧରି ସ୍ତୁତି ଦୁଇ ପୁଅ ବୈଭବ ଓ କ୍ରୀଷ୍ଣାକୁ ନିଜେ ପାଳୁଥାଏ । ସମୟକ୍ରମେ ଦୁଇ ଜଣ ବଡ ହେଉଛନ୍ତି ଓ ବୈଭବ ବାହା ହେଉଛି ଲୋକପ୍ରିୟ ସମ୍ବାଦିକ ନନ୍ଦନ ମହାପାତ୍ରଙ୍କ ଝିଅ ଦେବିକା ମହାପତ୍ରକୁ । କିନ୍ତୁ ବିବାହ ପୂର୍ବରୁ ଦେବିକା ବୈଭବର ସାନ ଭାଇ କାହ୍ନା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ହେଲେ କାହ୍ନାର ଆକ୍ରମଣାତ୍ମକ ଚରିତ୍ର ପାଇଁ ତା’ଠାରୁ ଦେବିକା ଦୁରେଇଗଲା ହେଲେ ପରିସ୍ଥିତିରେ ପଡ଼ି ବୈଭବ କୁ ବିବାହ କରିଛି । କାହାଣୀର ଅଗ୍ରଗତି ହୋଇଛି ଓ କାହ୍ନା ଦେବିକା ଠାରୁ ପ୍ରତିଶୋଧ ନେବା ପାଇଁ ଦେବିକାର ସାନ ଭଉଣୀ ରାଧିକାକୁ ନିଜ ପ୍ରେମ ଜାଲରେ ଫସାଇଚି । ଏବେ ଦେବିକା କେମିତି ରକ୍ଷା କରିବ ନିଜ ଭଉଣୀ ରାଧିକାକୁ କଣକୁ କାହ୍ନାର ମାୟାଜାଲରୁ ? ଅନ୍ୟପଟେ ପ୍ରତିଶୋଧର ନିଆଁ ରେ ଜଳୁଥିବା ସ୍ତୁତି କେମିତି ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବ ? ଦେବିକା ଓ ରାଧିକା କ’ଣ ସ୍ତୁତିର ସାହାରା ହେବେ ? କିପରି ଉଭୟ ଭଉଣୀ ସ୍ତୁତିଙ୍କ ସାହାଯ୍ୟରେ ଇନ୍ଦ୍ରଜିତଙ୍କଠାରୁ ପ୍ରତିଶୋଧ ନେବେ ତାହା ହୋଇଛି ‘ ମୁଁ ବି ବିଜୟିନୀ’ର ବିଷୟ ବସ୍ତୁ ।

ନୂଆ ବର୍ଷରେ ଜୀ-ସାର୍ଥକରେ ଆରମ୍ଭ ହୋଇଥିବା ଆଧୁନିକ କ୍ଲାସିକ୍ ପ୍ରେମ କାହାଣୀ ସହିତ ଜଡିତ ଏକ ପ୍ରତିଶୋଧର କାହାଣୀ ହୋଇଛି ଦର୍ଶକଙ୍କ ପ୍ରିୟ ଓ ଧାରାବାହିକ ‘ମୁଁ ବି ବିଜୟିନୀ’ । ଏହି ନୂଆ ଧରଣର କାହାଣୀ ଯେଉଁଥିରେ ରହିଛି ଯୁବ ପିଢ଼ିର ପ୍ରେମ ଭିତ୍ତିକ କଥା ଆଉ ରହିଛି ଭରପୁର ପ୍ରତିଶୋଧ l ଏହି ଯୁବ ପିଢ଼ିରେ ନାୟିକା ଭାବେ ଦେଖା ଦେଇଛନ୍ତି ସୁଶ୍ରୀ ଓ ସିମ୍ରନ, ନାୟକ ଭାବେ ଆକାଶ ଏବଂ ବିଜୟ l ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବୀକା, ସିମ୍ରନ ଚରିତ୍ରରେ ରାଧିକା l ଅଭିନେତ୍ରୀ ଦୀପିକା ତ୍ରିପାଠୀ ଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି ।ଧାରାବାହିକ ମୁଁ ବି ବିଜୟିନୀ ପ୍ରତ୍ୟେକ ସୋମବାରରୁ ଶନିବାର ଜୀସାର୍ଥକ ଚ୍ୟାନେଲ୍‌ରେ ସନ୍ଧ୍ୟା ୬.୩୦ମିନିଟ୍ ରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ସାଉଁଟି ସାରିଛି ।