ଦିନ ୧୦ଟାରେ ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେବେ ଦୀପାଳି

0
86
ଦୀପାଳି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୫) : ଆଜି ଦିନ ୧୦ ଟାରେ ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେବେ ଦୀପାଳି ଦାସ । ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂହ

ବିଜୟ ପରେ ଗତକାଲି ଦୀପାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସାକ୍ଷାତ ସମୟରେ ନବୀନ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଝାରସୁଗୁଡାର ବିକାଶକୁ ଆଗେଇ ନେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଉପନିର୍ବାଚନରେ ୪୮ ହଜାର ଭୋଟରେ ଜିତିଥିଲେ ଦୀପାଳି ।