ଭୋଜି ଖାଇ ଘରକୁ ଫେରୁଥିବାବେଳେ ଘଟିଲା ଦୁର୍ଘଟଣା

0
78
ଘରକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୫/୦୫) : ଭୋଜି ଖାଇ ଘରକୁ ଫେରୁଥିବାବେଳେ ଲିମ୍ବ ଗଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ସଇଁନ୍ତଲା ଥାନା ଗଣ୍ଡପତ୍ରାପାଲି ଗାଁର ସମୀର ସେଠ । ଲୁହୁରାପାଲି ଗାଁ’କୁ ନିଜ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଫେରିବାବେଳେ ବରଗାଁ ଜାତୀୟ ରାଜପଥ ୨୬ ନିକଟରେ ଅଘଟଣ ଘଟିଥିଲା । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ସଇଁନ୍ତଳା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।