ସୁନା ଚୋରି କରିବା ବେଳେ ଚୋରକୁ ପୋଲିସ ଜିମା ଦେଲେ ଗାଁ ଲୋକେ

0
78
ସୁନା ଚୋରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୫/୦୫) : ସୁନା ଚୋରି କରିବା ବେଳେ ଚୋରକୁ ପୋଲିସ ଜିମା ଦେଲେ ଗାଁ ଲୋକେ ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁର୍ଚ୍ଛାକାନୀ ଗାଁ’ର ସୁଦର୍ଶନ ସରାଫଙ୍କ ସୁନାଦୋକାନରୁ ସୁନା ଚୋରି କରୁଥିବା ବେଳେ ଜଣେ ଅପରିଚିତ ବିହାରୀ ଯୁବକ ଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ସମ୍ପୃକ୍ତ ଯୁବକ ଜଣକ ଦୋକାନକୁ ପଶି ଆସି ସୁନାରେ ନିର୍ମିତ ଏକ ଝିକା କୁ ଚୋରି କରିବା ପରେ ନେଇ ଚାଲି ଯାଉଥିଲା । ମାତ୍ର ଦୋକାନୀ ଏହା ଦେଖିପାରି ଉକ୍ତ ଯୁବକଙ୍କୁ କାବୁ କରିବା ସହ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ । ଏହି ସମୟରେ ଯୁବକ ଜଣକ ନିଜେ ଧରିଥିବା ଏକ କଫସିରପ କୁ ପିଇ ଦେଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କୁ ଗ୍ରାମବାସୀ ପୋଲିସ ଜିମା ଦେଇଥିଲେ।