ଅନଲାଇନ ଜୁଆ ଓ ସଟ୍ଟା ଖେଳରେ ୬ ଯୁବକ ଗିରଫ

0
78
ଅନଲାଇନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୧୫/୦୫) : ପୌରାଞ୍ଚଳ ଲାଲୁସାହିର ଏକ ଭଡ଼ା ଘରେ ପୋଲିସର ରେଡ୍ । ଅନଲାଇନ ଜୁଆ ଓ ସଟ୍ଟା ଖେଳରେ ସମ୍ପୃକ୍ତ ଥିବା ୬ ଜଣ ଯୁବକଙ୍କୁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଗିରଫ କରିଛି ।

ଅନଲାଇନ ଜୁଆ ଓ ସଟ୍ଟା ଖେଳରେ ଗିରଫ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା ଫୁଲଝରି ଗାଁ’ର ବିକାଶ କୁମାର ପ୍ରଧାନ, କିରଣ କୁମାର ପ୍ରଧାନ, ବ୍ରାହ୍ମଣୀପୁର ଗାଁ’ର ରିତେନ ବେହେରା, ତଲେଇସର ଗାଁର ଚନ୍ଦ୍ରକାନ୍ତ ସାମଲ, ଜୁଆଳିଭଙ୍ଗା ଗାଁର ଦୁଷ୍ମନ୍ତ ଦେହୁରୀ ଓ ବଲାଣି ଗାଁର ପୌଲସ୍ତି ସାହୁ । ଚଢ଼ାଉବେଳେ ସେମାନଙ୍କ ନିକଟରୁ ୨୧ ଟି ସିମ କାର୍ଡ, ୧୨ ମୋବାଇଲ, ୮ ଏଟିଏମ କାର୍ଡ, ୩ ପାସବୁକ୍, ୧୦ ଟି ଆକାଉଣ୍ଟ ନୋଟ ବୁକ ସହ ନଗଦ ୫ ହଜାର ୨ ଶହ ଟଙ୍କା ଓ ୨ ଟି ବାଇକ ପୋଲିସ ଜବତ ହୋଇଛି ।