ଏସସି ଏସଟି ଶିକ୍ଷକ ସଂଘ ପକ୍ଷରୁ ସହାୟତା

0
319
ଏସସି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୫) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ଆଦିବାସୀ ଓ ଏସସି ଏସଟି ଶିକ୍ଷକ ସଂଘ ପକ୍ଷରୁ ଆର୍ଥିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି ।WhatsApp Image 2023 05 16 at 07.47.06 ଏସସି ଏସଟି ଶିକ୍ଷକ ସଂଘ ପକ୍ଷରୁ ସହାୟତା

ଦିମ୍ବିରିବାଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କଟା ରାଜୁ କିଛିଦିନ ହେବ ସେ କର୍କଟ ରୋଗରେ ପୀଡିତ ରହିଥିଲେ । ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଗତ ବର୍ଷ ଠାରୁ ଏସସି ଏସଟି ଶିକ୍ଷକ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ । ଗତକାଲି ସନ୍ଧ୍ୟା ୬ଘଣ୍ଟା ସମୟରେ ସେ ସ୍ବର୍ଗ ପ୍ରାପ୍ତ ହେଲେ । ଏସମ୍ବନ୍ଧରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ରାଜୁ ଙ୍କ ଅନ୍ତିମ ସତ୍କାର ପାଇଁ ସରକାରୀ ସହାୟତା ରୂପେ ଟଙ୍କା ୧୦ ହଜାର ପ୍ରଦାନ କରାଯାଇଛି । ଏହି ଅନ୍ତିମ ସତ୍କାର କାର୍ଯ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ନାଗଭୁଷଣ, ଶିକ୍ଷକ ସଂଘ ର ଦେବେନ୍ଦ୍ର ବଚ୍ଚା, ଦୀନବନ୍ଧୁ ହୁଈକା, ଶିବରାମ କାଡ୍ରାକା, ବିଶ୍ୱନାଥ କାଡ୍ରାକା, ଅଶୋକ ବିଡିକା, ମହେଶ୍ୱର ଖୁରିଆ, ରବିନ୍ଦ୍ର କୌଶଲ୍ୟା, ତ୍ରିନାଥ ଗାରାବାପୁ, ନାରାୟଣ କାଡ୍ରାକା, ସାବିତ୍ରୀ ପ୍ରାସ୍କା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପରିବାର କୁ ସମବେଦନା ଜଣାଇବା ସହ ଦଶାହ କାର୍ଯ୍ୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ତରଫରୁ ଯଥାଶକ୍ତି ଆର୍ଥିକ ସହାୟତାଦେବୁ ବୋଲି ଆଶ୍ଵାସନା ଦେଇଛନ୍ତି । ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।