ସନ୍ଥକବି ଭୀମଭୋଇ ଙ୍କ ଜୟନ୍ତୀ ପାଳିତ

0
98
ସନ୍ଥକବି ଭୀମଭୋଇ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଟାଉନହଲ ଠାରେ ରବିବାର ସନ୍ଧ୍ୟାରେ ସନ୍ଥକବି ଭୀମଭୋଇ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି lWhatsApp Image 2023 05 16 at 10.42.25 ସନ୍ଥକବି ଭୀମଭୋଇ ଙ୍କ ଜୟନ୍ତୀ ପାଳିତ

ଚଳିତ ବର୍ଷ ବୈଶାଖ ପୁର୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପୁର୍ଣିମାରେ ତାଙ୍କ ଜୟନ୍ତୀ ପାଳନ ସେହିଦିନ ନ କରି ଆଗତୁରା କମିଟି ତରଫରୁ ନିଷ୍ପତି ନିଆଯାଇଥିଲା ସୂଚନା ଯୋଗ୍ୟ ଯେ ଭୀମଭୋଇଙ୍କ କର୍ମକ୍ଷେତ୍ର ବିନିକା ହୋଇଥିବାରୁ ପୂର୍ବବର୍ଷ ଭଳି ବିଶ୍ଵଶାନ୍ତି ପାଇଁ ହୋମ ଯଂଗ୍ୟ, ଘୃତାହୁତି, ଭଜନ ଜଣାଣ ସାଧାରଣ ସଭା ଜୟନ୍ତୀ କମିଟି ସଭାପତି ସୁନ୍ଦରମଣି ମେହେର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ମୁଖ୍ୟବକ୍ତା ପ୍ରାଧ୍ୟାପିକା ମୀନା ମହାରଣା, ସ୍ୱତନ୍ତ୍ର ଅତିଥି ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପଧାନ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ସାମାଜିକ କର୍ମୀ ପ୍ରକାଶ ଅଗ୍ରୱାଲା, ସନ୍ଥକବି ଭୀମଭୋଇ ଙ୍କ ବାର୍ତ୍ତା ପ୍ରଚାରକ ରାମ ଗୋପାଳ ବାଘ ପ୍ରମୁଖ ଯୋଗଦେଇ ସନ୍ଥକବିଙ୍କ ଜୀବନୀ ଓ ସମାଜ ପାଇଁ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ଦୁର୍ଗାଚରଣ କଳତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୋହନ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l ଜୟନ୍ତୀ ଅବସରରେ ଖଲିଆପାଲି ସମାଧିପୀଠ ମଠଧୀଶ ସନ୍ୟାସୀ ଦାସ ଦେଇଥିଲେ l