ତଣ୍ଟିରେ କୋଳି ଅଟକିଯିବାରୁ ଆଖିବୁଜିଲା ୩ ବର୍ଷ ଶିଶୁ

0
81
ଶିଶୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୭/୦୫) : କୋଳି ହେଲା କାଳ । କୋଳି ଖାଇ ଚାଲିଗଲା ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ତିଗିରିଆ ଗାଁ’ରେ ।

ଅଙ୍ଗନବାଡି କେନ୍ଦ୍ରରେ କୋଳି ଖାଉଥିବାବେଳେ ଜଣେ ଶିଶୁର ତଣ୍ଟିରେ କୋଳି ଅଟକିଯିବାରୁ ଶ୍ୱାଶ ରୁଦ୍ଧ ହୋଇ ୩ ବର୍ଷ ଶିଶୁର ଜୀବନ ଯାଇଛି । ମୃତକ ହେଲେ ସୌମ୍ୟରଞ୍ଜନ ଜେନାଙ୍କ ପୁଅ ଦୁର୍ଗାଶଙ୍କର । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ ଥିବା ଏକ ଅଁଳା କୋଳି ଗଛରୁ ତଳେ ପଡିଥିବାବେଳେ ସେ ଏହାକୁ ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।