ନୃଶଂସ-ବିଭତ୍ସ-ଭୟଙ୍କର

0
80
ନୃଶଂସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୫) : ନବ ବଧୁକୁ ନୃଶଂସ ଭାବେ ହତ୍ୟା କରି ଗହିର ମଝି ଧାନ କ୍ଷେତରେ ଫୋପାଡି ଦେଇଥିଲା ଦୁର୍ବୁତ୍ତ । ନବ ବଧୁ ନିଖୋଜ ହେବାପରେ ବ୍ରହ୍ମଗିରି ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ଶାଶୁ ଓ ବାପ ଘର ଲୋକେ ।

କିନ୍ତୁ ଘଟଣାକୁ ହାଲୁକା ଭାବରେ ନେବାରୁ ଆଜି ନବବଧୁକୁ ହତ୍ୟା କରାଯାଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ପୁରୀ ସଦର ବ୍ଲକ କାଳିକ ନୂଆପଡା ଗ୍ରାମର ଲିପାଞ୍ଜଳି ବେହେରାଙ୍କୁ ବ୍ରହ୍ମଗିରି ଜାଡିପୁର ଗ୍ରାମର ନିରଞ୍ଜନ ବରାଳ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଗତ ରବିବାର ୭ ତାରିଖ ରାତିରେ ଲିପାଞ୍ଜଳି ଓ ନିରଞ୍ଜନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ଯୁକ୍ତିତର୍କ । ରାତିରେ ଲିପାଞ୍ଜଳୀ ତାଙ୍କର ଜୈନିକ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିଲେ । ପରେ କିଛିଦିନ ଲିପାଞ୍ଜଳୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ରଖିବା ପରେ ନୃଶଂସ ଭାବେ ହତ୍ୟା କରି ଧାନ କ୍ଷେତରେ ଫୋପାଡି ଦେଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଛନ୍ତି ।