ଡିଜେଲ ଓ ପେଟ୍ରୋଲ ଅଭାବ ଦୂର କରିବା ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ

0
131
ଡିଜେଲ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୭/୫) : ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2023 05 18 at 10.15.30 ଡିଜେଲ ଓ ପେଟ୍ରୋଲ ଅଭାବ ଦୂର କରିବା ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ

ଏଥିରେ ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ । ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ସରୋଜ କୁମାର ସାହୁ ଓ ସୁହାନ୍ସ ଭୋଇ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସୁନିଲ ଚନ୍ଦ୍ର ପଣ୍ଡା, ଆଇ ଓ ସି ଏଲ୍ ର ମ୍ୟାନେଜର ଶ୍ରୀ ବର୍ଦ୍ଧନ ପାଲିଆ ସମେତ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଯୋଗଦେଇଥିଲେ । ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ର କୁତ୍ରିମ ଅଭାବ ଦୂର କରିବା ସହ ଯେପରି ପ୍ରଯ୍ୟାପ୍ତ ପରିମାଣର ତୈଳ ଗ୍ରାହକଙ୍କୁ ମିଳିପାରିବ, ସେଥିନିମନ୍ତେ ଆଲୋଚନା ହୋଇଥିଲା । ତୈଳ ଅଭାବ ଯୋଗୁଁ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି ।

କ୍ଷମତାଶାଳୀ ପେଟ୍ରୋଲ କ୍ରୟ ନିମନ୍ତେ ବାଧ୍ୟ କରିବା, ପେଟ୍ରୋଲ ପମ୍ପ ଗୁଡିକରେ ପାନୀୟ ଜଳ ଓ ଛାୟା ର ଆବଶ୍ୟକତା ଥିବା ଅଭିଯୋଗ ହୋଇଥିଲା । ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଆବଶ୍ୟକ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ବୋଲି ପେଟ୍ରୋଲ ପମ୍ପ ମାଲିକ ପ୍ରତିଶୃତି ଦେଇଥିଲେ । ଏହା ବ୍ୟତୀତ ପ୍ରତି ପେଟ୍ରୋଲ ପମ୍ପ ରେ ଛାୟା ଓ ପାନୀୟଜଳର ବ୍ୟବସ୍ଥା, ନିଆଲିଭା ଯନ୍ତ୍ରର ସ୍ଥାପନା, ଗାଡ଼ି ଗୁଡ଼ିକ ନିମନ୍ତେ ମାଗଣା ପବନର ଯୋଗାଣ, ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିବା ନିମନ୍ତେ ଅଙ୍ଗୀକାର କରିଥିଲେ ।

ଫୋନ ପେ ନିମନ୍ତେ କିୟୁଆର କୋଡ ଟି ମେସିନ ଠାରୁ ଦୂରରେ ରଖିବା ସହ ତୈଳ ପ୍ରଦାନ ସମୟରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରିବା ପାଇଁ ସ୍ଥିର କରାଗଲା । ପେଟ୍ରୋଲ ପମ୍ପ କର୍ମଚାରୀ ନିୟମିତ ସେମାନଙ୍କ ୟୁନିଫର୍ମ ବ୍ୟବହାର କରିବେ । ଆବଶ୍ୟକ ସ୍ଥଳେ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ତ ସହଯୋଗ ପ୍ରଦାନ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ବଣିଜର ଉର୍ଦ୍ଧରେ ରହି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଶବର ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ସହଯୋଗ ଲୋଡିଥିଲେ । ଉପଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ରାୟଗଡ଼ା ବାସୀ ପ୍ରଶଂସା କରିଛନ୍ତି ।