ଗତ ଦୁଇ ଦିନ ହେଲା କାଶୀନଗର ଅଞ୍ଚଳରେ ଚାରି ଟିକିଆ ହାତୀ ପଲ ଦେଖିବାକୁ ମିଳୁଛି

1
138
ଗତ ଦୁଇ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୫) : ଗତ ଦୁଇ ଦିନ ହେଲା କାଶୀନଗର ଆଖ ପାଖ ଅଞ୍ଚଳରେ ଚାରି ଟିକିଆ ହାତୀ ପଲ ଦେଖିବାକୁ ମିଳୁଛି ।

ଗତ ଦୁଇ ଦିନ ହେଲା ଏହି ହାତୀ ପଲ ବିଭିନ୍ନ କ୍ଷେତ ବାଡ଼ି ରେ ପଶି ଖରା ଦିନିଆ ଫସଲ, ତରଭୁଜ ଓ ବିଭିନ୍ନ ପରିବା ଚାଷ, ଓ ଆମ୍ବ ନଷ୍ଟ କରିବା ସହ ସାଧାରଣ ଲୋକଙ୍କୁ ଆତଙ୍କିତ କରୁଥିବା ନଜର ଆସୁଛି । କାଶୀନଗର ବନ ଖଣ୍ଡ ଅଧିକାରୀ ଏସ କେ ବେହେରା ହାତୀ ମାନଙ୍କୁ ଘଉଡ଼େଇବା ପାଇଁ ପ୍ରୟାସ ଜାରି ରଖି ଥିବା ବେଳେ ଆଜି ଅପରାହ୍ନ ରେ ବୁଦୁରା ଗ୍ରାମରେ ଚାରି ଟିକିଆ ହାତୀ ପଲ ପଶି ଉପଦ୍ରବ କରିଥିବା ବୁଦୁରା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି । ଓ ପ୍ରଶାସନ କୁ ସେ ଦାବୀ କରିଛନ୍ତି କି ଏହି ହାତୀ ସମସ୍ୟା ର ଏକ ଦୀର୍ଘ ସ୍ଥାୟୀ ସମାଧାନ କରିବାକୁ ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏଥି ପୂର୍ବରୁ ମଧ୍ୟ କାଶୀନଗର ଅଞ୍ଚଳରେ ନାନା ଉପଦ୍ରବ କରି ଲୋକଙ୍କ ମନରେ ଭୟ ସୃଷ୍ଟି କରଥିବା ଖବର ମଧ୍ୟ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

1 COMMENT

Comments are closed.