ଗୋଦାମରେ ଖାଉଟି ବିଭାଗର ଚଢାଉ, ୬୪୦ ବସ୍ତା ଚାଉଳ ଜବତ

0
91
ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୦/୦୫) : ବଲାଙ୍ଗୀର କଣ୍ଟାବାଞ୍ଜିରେ ଏକ ଗୋଦାମ ଉପରେ ଖାଉଟି ବିଭାଗର ଚଢାଉ

କଣ୍ଟାବାଞ୍ଜି କଦଳିପଡା ଛକ ପାଖରେ ଥିବା ମୋହିତ ଟ୍ରେଡିଙ୍ଗ ନାମକ ଗୋଦାମରେ ଖାଉଟି ବିଭାଗ ଚଢାଉ କରିଛି । ବେଆଇନ ଭାବେ ଚାଉଳ ଗଚ୍ଛିତ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଗୋଦାମରୁ ୬୪୦ ବସ୍ତା ଚାଉଳ ଜବତ କରାଯାଇଛି । ତେବେ ଏହି ଗୋଦାମରେ ଏତେ ପରିମାଣରେ ଚାଉଳ କେମିତି ଗଚ୍ଛିତ ରହିଲା ତାହା ବର୍ତ୍ତମାନ ତଦନ୍ତ ଚାଲିଛି । ଏହାସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ତନାଘନା ଜାରି ରଖିଛି ଖାଉଟି ବିଭାଗ ।