୭୫ବର୍ଷ ପରେ କଲାଙ୍ଗ ଗ୍ରାମରେ ବିଡ଼ିଓଙ୍କ ପଡିଲା ପାଦ ଲୋକଙ୍କ ଦୁଃଖ ବୁଝିଲେ

0
263
୭୫ବର୍ଷ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୫) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସେରିଗୁମା ର ଦୁର୍ଗମ ପାହାଡିଆ ପିଡ଼ିସିକା କଲାଙ୍ଗ ଗ୍ରାମରେ ୭୫ବର୍ଷ ପରେ ବ୍ଳକ ପ୍ରଶାସନର ପାଦ ପଡିବାରୁ ଗ୍ରାମବାସୀଙ୍କୁ ଆନନ୍ଦର ଲହରୀ ଖେଳିଯାଇଛି ।WhatsApp Image 2023 05 20 at 12.04.08 ୭୫ବର୍ଷ ପରେ କଲାଙ୍ଗ ଗ୍ରାମରେ ବିଡ଼ିଓଙ୍କ ପଡିଲା ପାଦ ଲୋକଙ୍କ ଦୁଃଖ ବୁଝିଲେ

ସ୍ଵାଧୀନତାର ୭୫ବର୍ଷ ପରେ ଏହି ଗ୍ରାମର ବିକାଶ ବହୁ ଦୂରରେ ରହିଥିବା ଖବର ଶୁଣି ବିଡ଼ିଓ ପାଦ ପକାଇଥିବା ଜଣାପଡ଼ିଛି । ଗ୍ରାମରେ ୨୭ ଟି ପରିବାର ରହିଥିବା ବେଳେ ବିଭିନ୍ନ ମୌଳିକ ଅଧିକାର ରୁ ବଞ୍ଚିତ ରହିଥିବା ରୁ ସରକାରଙ୍କ ସମସ୍ତ ଯୋଜନାରେ କିପରି ଅନ୍ତର୍ଭୁକ୍ତ କରାଯାଇ ପାରିବ ସେଥିନେଇ ବିଡ଼ିଓ ସୁନିଲ କୁମାର ଖରା ଓ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଗ୍ରାମକୁ ଯାଇ ଲୋକଙ୍କ ସହ ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଉକ୍ତ ଗ୍ରାମକୁ ରାସ୍ତା ନାହିଁ, ପିଇବା ପାଣି ନାହିଁ, ଭତ୍ତା ପିଡ଼ିଏସ ଚାଉଳ, ସ୍ୱାସ୍ଥ୍ୟ, କୃଷି ବିକାଶ ଯୋଜନା, ଶିକ୍ଷା, ମହିଳା ସଶକ୍ତିକରଣ ଆବାସ ଯୋଜନା ଉପରେ ଆଲୋଚନା କରିଥିଲେ । ସମସ୍ତ ସରକାରୀ ଯୋଜନା କିପରି ଗ୍ରାମବାସୀ ପାଇ ପାରିବେ ଓ ସରକାରୀ ଯୋଜନା ପାଇ ଉପକୃତ ହେବେ ସେଥିନେଇ ପଞ୍ଚାୟତ ଓ ବ୍ଳକର ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରାଯିବ ତାହା କୁ ଗୁରୁତ ନେଇଥିଲେ ବିଡ଼ିଓ ଶ୍ରୀ ଖରା । ପ୍ରଥମ ଥର ବିଡ଼ିଓ ଗ୍ରାମରେ ପାଦ ଦେଇଥିବାରୁ ଗ୍ରାମବାସୀ ଆନନ୍ଦରେ ଖୁସି ର ଲହରୀ ଖେଳିଯାଇଥିବା ଗ୍ରାମବାସୀ ପିଡ଼ିସିକା ନୀଳ କହିଛନ୍ତି ।