ବିଶ୍ୱହିନ୍ଦୁ ପରିଷଦ ବନ୍ଦ ଡାକରାରେ କଲ୍ୟାଣସିଂହପୁରରେ ପ୍ରଭାବ

0
264
ବିଶ୍ୱହିନ୍ଦୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୪) : ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆଜି ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଠାରେ ଦେଖିବାକୁ ମିଳିଛି ।

ଆଜି କ୍ରାନ୍ତିକାରୀ ଆଶ୍ରମର ବାବା ସ୍ୱରୂପା ନନ୍ଦ ଗିରି ଙ୍କ ନେତୃତ୍ବ ରେ ବିଶ୍ୱହିନ୍ଦୁ ପରିଷଦର କର୍ମୀ ମୋନରଞ୍ଜନ ତ୍ରିପାଠୀ ଓ କିଛି ଯୁବକ ଏକତ୍ରିତ ହୋଇ ଗ୍ରାମରେ ଦୋକାନ ବଜାର ବନ୍ଦ କରିବା ପାଇଁ କହିଥିଲେ । ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଯାତ୍ରୀବାହୀ ବସ ସେବା ବନ୍ଦ ରହିଛି । ଯାହା ଫଳରେ ଯାତ୍ରୀ ମାନେ ନାହିଁ ନ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । କେବଳ ଔଷଧ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟ ସବୁ ବନ୍ଦ ସକାଳ ୬ ରୁ ସନ୍ଧ୍ୟା ୬ଘଣ୍ଟା ଧରି ବନ୍ଦ କରିବା ପାଇଁ କହିଥିଲେ ।