ମାଙ୍କଡଡିଆଁ ଜଳପ୍ରପାତ ରେ ମହୁମାଛି ଆକ୍ରମଣ, ଦୁଇ ଗୁରୁତର

0
89
ମାଙ୍କଡଡିଆଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୧/୦୫) : ଭ୍ରମଣ କରି ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଯାଇଥିଲେ ମାଙ୍କଡଡିଆଁ ଜଳପ୍ରପାତ । ମଜା ନେବେ କ’ଣ ଗୋଡାଇ ଗୋଡାଇ ସେଠାରେ ଆକ୍ରମଣ କଲା ମହୁମାଛି ।

ମହୁମାଛି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରା ଉଦୟଗିରି ଥାନା ଗଜପତି, ଗଞ୍ଜାମ ସୀମାନ୍ତବର୍ତୀ ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗ ଥାନା ମଲିପଡା ଗ୍ରାମର ଆଠ ଜଣ ପର୍ଯ୍ୟଟକ ଗୋଟିଏ ବୋଲେରୋ ଗାଡ଼ି ଯୋଗେ ଭ୍ରମଣ କରିବା ପାଇଁ ମାଙ୍କଡଡିଆଁ ଜଳପ୍ରପାତକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲା ମହୁମାଛି । ତେବେ ଅନ୍ୟମାନେ ଅଳ୍ପକେ ବର୍ତୀଯାଇଛନ୍ତି । ଆହତ ଦୁଇ ଜଣଙ୍କୁ ସାଙ୍ଗମାନେ କୌଶଳକ୍ରମେ ଉଧାର କରି ଆଣି ମୋହନା ଥାନା ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିଲେ ଭର୍ତ୍ତି । ଆହତ ଦୁଇ ଜଣ ହେଲେ ସେହି ମଲିପଡା ଗାଁ’ର ଅମିତ କୁମାର ବାଘର୍ (୨୨) ଏବଂ ଚିନ୍ମୟ କୁମାର ସାମଲ(୨୪) । ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।