ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ସହର

0
107
ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୨/୦୫) : ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର । ଗତକାଲି ନନ୍ଦପଡ଼ାରେ ବେଶ୍ ଧୁମଧାମରେ ସରିଛି ନୃସିଂହ ନିଉତା

ବାବା ବମ୍ ବରାଡ ବାଲୁଙ୍କେଶ୍ୱରଙ୍କ ବାହାଘରରେ ଯୋଗ ଦେବା ପାଇଁ ପ୍ରଭୁ ନୃସିଂହ ଓ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯିବା ପ୍ରକ୍ରିୟାକୁ କୁହାଯାଏ ନୃସିଂହ ନିୟୁତା । ସେହିପରି ଆଜି ସନ୍ଧ୍ୟାରେ ସମ୍ବଲପୁରର ଝାଡୁଆପଡ଼ାର ବାବା ଲୋକନାଥ, ମୁଦିପଡାର ବାବା ଜଗେଶ୍ୱର୍, ବଡ଼ବଜାରର ବାବା ଶୀତଲେଶ୍ୱର ଓ ଠାକୁରପଡ଼ାର ବାବା ଗୁପ୍ତେଶ୍ୱରଙ୍କର ପତରପେଣ୍ଡି ହେବ। ଯାହାକୁ ନେଇ ସମ୍ୱଲପୁର ସହର ଉତ୍ସବମୁଖର ହୋଇଛି। ଘରେ ଘରେ ପିଠାପଣା ସାଙ୍ଗକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।