ଆୟ ବହିର୍ଭୁତ ସମ୍ପତି ଠୁଲ ଅଭିଯୋଗ ଭିଜିଲାନ୍ସ ରେଡ

0
80
ଠୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୨/୦୫) : ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତଙ୍କ ବାସଭବନ ସହ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆଜି ଭୋର ଚାରିଟାରୁ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଗାଇସିଲେଟ ଅଫିସ ବାସ ଗୃହ ଠାରେ ନଗଦ ପଚାଶ ହଜାର ଟଙ୍କା ସହ ସୁନା ଗହଣା ଠୁଳ ହୋଇଥିବା ବରଗଡ ଡିଏସପି ମହାନନ୍ଦ ସୂଚନା ଦେଇଛନ୍ତି । ସେପଟେ ସମ୍ବଲପୁର ଅଇଁଠାପାଲି ଥାନା ସ୍ଥିତ ଅନୁଗୁଲିଆ ପଡ଼ା, ସମ୍ବଲପୁର ସଦର ଥାନା ସ୍ଥିତ କବ୍ରାପାଲି ଫାର୍ମ ହାଉସ ଠାରେ ଏକ କାଳୀନ ଚଢାଉ ଜାରି ରହିଛି । ଏହାସହ ଭିଜିଲାନ୍ସ ତାର ତଦନ୍ତ ଜାରି ରଖିଛି ।