ବୁଢିମା ମନ୍ଦିରପ୍ରତିଷ୍ଠା ର ତୃତୀୟ ଦିବସରେ ନୂତନ ବିଗ୍ରହଙ୍କ ମହାସ୍ନାନ

0
89
ବୁଢିମା ମନ୍ଦିରପ୍ରତିଷ୍ଠା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୫) : ସୁବର୍ଣ୍ଣପୁର ବୁଢିମା ମନ୍ଦିରପ୍ରତିଷ୍ଠା ପାଇଁ ଆଜି ତୃତୀୟ ଦିନରେ ନୂତନ ବିଗ୍ରହଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି ।ବୁଢିମା ମନ୍ଦିରପ୍ରତିଷ୍ଠା

ବୁଢିମା ମନ୍ଦିରପ୍ରତିଷ୍ଠା ପାଇଁ ସକାଳୁ ଢେରାପଡାର ମହିଳା ଓ ଯୁବକ ମାନଙ୍କ ଦ୍ୱାରା ପବିତ୍ର ମହାନଦୀ ର ଟିକିରିପଡା ଘାଟରୁ ଜଳଆଣି ମନ୍ଦିର ପରିସରରେ ରଖିଥିଲେ । ପରେ ପଣ୍ଡିତଙ୍କ ମନ୍ତ୍ରୋଚାରଣ ସହ ମନ୍ଦିର ଚୂଡ଼ା ପାଇଁ ଉଦ୍ଦିଷ୍ଟ ୫ ଟି କଳସ ଓ ସମସ୍ତ ନୂତନ ବିଗ୍ରହ ଙ୍କୁ ଗଣସନ ପରେ ହଳଦୀ ଓ ପଦ୍ମନାଡ, ହଂସପାଦ, ଜଟାମାଂସୀ, ପଞ୍ଚପଲ୍ଲବ ପଞ୍ଚକସାୟ, ଘୃତ କୁମାରୀ, ସପ୍ତ ମୃତ୍ତିକା, ସର୍ବସୋଧି ପ୍ରଭୃତି ସମସ୍ତ ପ୍ରକାର ଔଷଧୀୟ ଗୁଳ୍ମ ଲେପନ ସହ ପଞ୍ଚାମୃତ, ପଞ୍ଚଗବ୍ୟ ଓ ସୁଗନ୍ଧିତ ଜଳଦ୍ୱ।ରା ମହାସ୍ନାନ କରାଯିବାପରେ ସମସ୍ତ ଦେବାଦେବୀ ଙ୍କୁ ଜଜ୍ଞମଣ୍ଡପ ରେ ସ୍ଥାପନ କରାଯାଇ ନୂତନ ମନ୍ଦିର ଶିଖରକୁ ମଧ୍ୟ ମହାସ୍ନାନ କରାଯାଇଥିଲା । ଆଜି ସଂଧ୍ୟାରେ ବିଶିଷ୍ଟ ପାରାୟଣ ଗାୟିକା ବନ୍ଦିତା ନାୟକ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପରିବେଷଣ ହେବାସହ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।