“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

0
99
ଖଇରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୫/୦୫) : “ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା l ଓଡ଼ିଆ ସିନେମା ଜଗତ ଏଇ କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ l ଆଗକୁ ଆଗକୁ ମାଡି ଚାଲିବା ସିନେପ୍ରେମୀଙ୍କ ପାଇଁ ନିହାତି ଖୁସି କଥା l

ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ମାନେ ଗୋଟେ ପରେ ଗୋଟେ ନୂଆ ଚଳଚ୍ଚିତ୍ର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଦେଇଚାଲିଛନ୍ତି l କପି ସିନେମା କୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥୁଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କର ରୁଚି କମି କମି ଯାଉଥିଲା l ଏବେ କିନ୍ତୁ ସମସ୍ତେ ପ୍ରେକ୍ଷାଳୟ ମୁହାଁ ହେଲେଣି l କାରଣ ମୌଳିକ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡିଛନ୍ତି l ଖୁସିର କଥା ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ସିନେମା ଦର୍ଶକ ଙ୍କୁ ଭେଟି ଦେବାକୁ ଯାଉଛନ୍ତି l ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଚଳଚ୍ଚିତ୍ର “ଖଇରୀ” ର ନାମକରଣ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ନାମକରଣ ଉତ୍ସବରେ ନିମକୀ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ l

ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର “ଖଇରୀ” ର ସ୍କ୍ରିପ୍ଟ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ l ଚଳଚ୍ଚିତ୍ର ଖଇରୀ ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ର ରେ ୟୁ ଟୁବର ରାଜୁ ଦାସ, ସୁଧୀର ଚରିତ୍ର ରେ ଅନୁଗୁଳିଆ ବଣ୍ଟି , ଲିଟନ ଚରିତ୍ର ରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ର ରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି l ତେବେ ଏହି ଚଳଚ୍ଚିତ୍ର ରେ କାହାଣୀ ହେଉଛି ହିରୋ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି l ଚଳଚ୍ଚିତ୍ର ଖଇରୀ ନିଶ୍ଚିତ ଭାବେ ସଫଳ ହେବ କାରଣ ଏହା ଏକ ନୂଆ ଚିନ୍ତାଧାରା ଯୋଉ ସିନେମାରେ ଏକାଧିକ ୟୁ ଟୁବର ନଜର ଆସିବେ ବୋଲି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦେଇଛନ୍ତି l