ନାଗେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଶୀତଳ ଷଷ୍ଠୀ ପାଳିତ ହୋଇଯାଇଛି

0
96
ନାଗେଶ୍ୱର ମନ୍ଦିର

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, ( ୨୫/୫) : ରାୟଗଡା ଜିଲ୍ଲା ବିଷମ କଟକ ନାଗେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଶିବ ବିବାହ ଅନୁଷ୍ଠିତ ହୋଇଥିଲା ।

ଏହି ଶୁଭ ବିବାହ ରେ ଶିବଙ୍କ ମାତା ପିତାଙ୍କ ଭାବରେ ଶ୍ରୀ ଅକ୍ଷୟ କୁମାର ରଣା, ଶ୍ରୀମତୀ ନାଳନି ରଣା ଓ ମା ପାରବତୀ ଙ୍କ ମାତା ପିତାଙ୍କ ଶ୍ରୀ ନନୁ ପଣ୍ଡା, ମା ରଶ୍ମି ପଣ୍ଡା କନ୍ୟା ଦାନ କରି ଥିଲେ । ଏହି ପୁଣ୍ୟ ଲାଭ ଅର୍ଜନ କରିଛନ୍ତି ଆମ ବିଷମ କଟକ ବାସୀ ଏହି କାର୍ଯ୍ୟ କ୍ରମ ରେ ସମସ୍ତ ସଦସ୍ୟ ଉପସ୍ଥିତି ରହି ଥିଲେ । ପୁରୌତ ଭାବରେ ଶ୍ରୀ ରାମ ରଥ ଏବଂ ଶ୍ରୀ ନାଗେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ସଦାସର୍ବଦା ପୂଜାରୀ ଭାବରେ ଶ୍ରୀ ଚିନ୍ତାମଣି ସାବତ, ଅନିଲ କୁମାର ରଣା, ଅମର ପ୍ରସାଦ ରଣା, ଅମିୟ କୁମାର ରଣା ଓ ବହୁ ସଖ୍ୟା ରେ ମା ମନେ ଉପସ୍ଥିତ ରହି ଥିଲେ । ନାଗେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ହୁଳ ହୁଲି ଶବ୍ଦ ସାଙ୍ଗ କୁ ଶଙ୍ଖ ଶବ୍ଦ ରେ ପ୍ରକ୍ପିଟ ହେବ ସଙ୍ଗେ ଶିବ ଙ୍କ ଶୁଭ ବିବାହ ରେ ପୁଣ୍ୟ ଅର୍ଜନ ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ ବୋଲି ସମସ୍ତ ମା ଓ ଭକ୍ତ ମାନେ କହିଥିଲେ । ହର ହର ମହାଦେବ ଜୟ ମା ପାର୍ବତୀ ଙ୍କ ଜୟ ଗାନ ରେ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେଉ ଥିଲା ।