ଶିକାରୀ ଗୁଳି ରେ ନିହତ ବନରକ୍ଷୀଙ୍କ ବିୟୋଗରେ ଜୟପୁର ବନାଞ୍ଚଳରେ ଶୋକସଭା

0
251
ଶିକାରୀ ଗୁଳି ରେ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୬/୫) : କୋରାପୁଟ ଜିଲ୍ଲା ଜୟପୁର ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ତରଫରୁ ଶିକାରୀ ଗୁଳି ରେ ବନରକ୍ଷୀ ବିମଳ ଜେନାଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଜୟପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଶିମିଳିପାଳ ଅଭୟାରଣ୍ୟରେ ଉଦ୍ଦେଶ୍ୟ ମୂଳକ ଭାବେ ଶିକାରୀ ଗୁଳି ରେ ମୃତ୍ୟୁ ହୋଇଥିବା ବନରକ୍ଷୀ ବିମଳ ଜେନାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ସ୍ମୁତିଚାରଣ କରାଯାଇଥିଲା । ଓଡ଼ିଶା ଅଣଗେଜେଟେଡ୍‌ ବନ ସେବା ସଂଘ, କୋରାପୁଟ ଜୋନର ସଭାପତି ଶ୍ରୀ ମନୋଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ରବିନ୍ଦ୍ର କୁମାର ପ୍ରଧାନ, ଉପ ସମ୍ପାଦକ ଗୌତମ , ଜୋନର ସଞ୍ଚାଳକ ସଚ୍ଚିଦାନନ୍ଦ ପରିଡା, କୋଟପାଡ଼ ରେଞ୍ଜର ଦାୟିତ୍ୱରେ ଥିବା ଫରେଷ୍ଟର ଦେବେନ୍ଦ୍ର ନାୟକ, ମିହିର ପ୍ରଧାନଙ୍କ ସମେତ କୋରାପୁଟ ଜୋନର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିବା ଜଣା ଯାଇଛି ।