ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ବୁଡିଗଲେ ଛାତ୍ର

0
85
ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୬/୦୫) : ପୋଖରୀରେ ବୁଡ଼ି ଛାତ୍ରର ମୃତ୍ୟୁ । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ୮ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ।

ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ । ସେ ଖରା ଛୁଟିରେ ମାମୁଁ ଘରକୁ ବୁଲି ଯାଇଥିଲେ । ଆଜି ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ଏଖବର ପରେ ଗାଁରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ଗାଧୋଉ ଗାଧୋଉ ପାଦ ଖସିଯାଇଥିବା ଅନୁମାନ କରାଯାଉଛି । ଯାହା ଫଳରେ ଛାତ୍ର ଜଣଙ୍କ ବୁଡି ଯାଇଥିବା ସୂଚନା ରହିଛି ।