ନିର୍ମାଣ ଶ୍ରମିକ ମିଳିତ ସଂଘର ଶ୍ରମିକ ଭବନ ଉଦଘାଟନ

0
81
ନିର୍ମାଣ ଶ୍ରମିକ ମିଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬/୫) : ଆଜି କୋରାପୁଟ ଜିଲ୍ଲା ଜୟପୁର ଗ୍ଲୋକାଲ୍ ହସ୍ପିଟାଲ୍ ନିକଟସ୍ଥ ନିର୍ମାଣ ଶ୍ରମିକ ମିଳିତ ସଂଘର ଶ୍ରମିକ ଭବନ ଉଦଘାଟନ ହୋଇଯାଇଛି ।

ନିର୍ମାଣ ଶ୍ରମିକ ମିଳିତ ସଂଘର ସଭାପତି ବାଲା ରାୟଙ୍କ ନିର୍ଦ୍ଦେଶନାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ତାଙ୍କର ଅଭିଭାଷଣ ରେ ଶ୍ରମିକ ମାନଙ୍କ ହିତ ନିମନ୍ତେ ବହୁତ କିଛି ବକ୍ତବ୍ୟ ରଖିଥିଲେ । ୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଶ୍ରମିକ ଭବନକୁ ବିଧାୟକ ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ଏବଂ ଭବନର କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ନିର୍ମାଣ ଶ୍ରମିକ ସଂଘକୁ ପୁଣିଥରେ ଆଜି ୨ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଶ୍ରମିକ ମାନେ ଭାଲୁ ଭାଇନା (ତାରା ପ୍ରସାଦ ବାହିନୀପତି) ଜିନ୍ଦାବାଦ ର ନାରା ଦେଇଥିଲେ ।

ଆଜିର ଉତ୍ସବରେ ସଂଘ ର ସମସ୍ତ ପଦାଧିକାରୀ ତଥା କାର୍ଯ୍ୟକାରୀ ସଭାପତି ସଂଜୀବ ସଗରିଆ, ଉପସଭାପତି ଶ୍ରୀଯୁକ୍ତ ସାହୁ, ରାମ ଟାକ୍ରୀ, ସାଧାରଣ ସମ୍ପାଦକ ପ୍ରେମ ମୋହନ ବାଘ, ସହ ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, ଯୁଗ୍ମ ସମ୍ପାଦକ ସତ୍ୟ ନାରାୟଣ ଡାକୁଆ, କୋଷାଧକ୍ଷ ଆର୍ ସୁଦର୍ଶନ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାୟକ, ପତିରାମ ଖରା, ଜଗା ହିଆଲ, ସନ୍ତୋଷ କୁମାର ସାହୁ, ପିତବାସ ଖରା, ପ୍ରକାଶ ଚନ୍ଦ୍ର ସାହୁ, ଉଦୟ ନାଥ ସାହୁ, ସମେତ ଅନ୍ୟାନ୍ୟ ଶ୍ରମିକ ମାନେ ଉପସ୍ଥିତ ରହି ଆଜିର ଉଦଘାଟନୀ ଉତ୍ସଵକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବ ଶେଷରେ ଏହି ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ନିର୍ମାଣ ଶ୍ରମିକ ମିଳିତ ସଂଘର ସଦସ୍ୟ ମାନଙ୍କୁ ସଂଘର ଉପଦେଷ୍ଟା ପ୍ରବୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।