ବିନକା ବନାଞ୍ଚଲ ତରଫରୁ ଋଣ ପ୍ରଦାନ

0
89
ବିନକା ବନାଞ୍ଚଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୫) : ବିନକା ବନାଞ୍ଚଲ ତରଫରୁ ଋଣ ପ୍ରଦାନ । ଓଡିଶା ସରକାରଙ୍କ ବନବିଭାଗ ତରଫରୁ ମହିଳା ସ୍ୱ.ସ ଗୋଷ୍ଠୀ ଓ ଅତି ଗରିବ ଶ୍ରେଣୀର ଲୋକମାନଙ୍କ ଜିବନ ଯିବିକାର ଉନ୍ନତି ପାଇଁ ଆବର୍ତ୍ତନ ପାଣ୍ଠିରୁ ଋଣ ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବିନକା ବନାଞ୍ଚଲ ଅଧିନସ୍ଥ ଚରଦା ବନ ସୁରକ୍ଷା ସମିତିର ସଭାପତି ପ୍ରସାନ୍ତ ଥନାପତିଙ୍କ ଅଧ୍ୟକ୍ଷତାରେ ଚରଦା ଗ୍ରାମର ଜାଗୃତି ସ୍ୱ.ସ ଗୋଷ୍ଠୀ ଓ ଗ୍ରାମର ୭ଜଣ ଅତି ଗରିବ ଶ୍ରେଣୀର ଲୋକଙ୍କ ଜିବନ ଯିବିକାର ଉନ୍ନତି ପାଇଁ ଆବର୍ତ୍ତନ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଋଣ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଚରଦା ବନ ସୁରକ୍ଷା ସମିତିର କୋଷାଧ୍ୟକ୍ଷ ଚତୁଭୁଜ ଥନାପତି, ବନ ସହାୟକ ଶଙ୍ଖନାଦ ଥନାପତି, ବନରକ୍ଷୀ ରାମଶଙ୍କର ମେହେର, ସହଯୋଗୀ ସଂସ୍ଥା ସବୁଜ ବିପ୍ଲବୀର ଟିମ ଲିଡର ପ୍ରସାନ୍ତ ନାୟକ, ଡେଭ୍ଲୋମେଣ୍ଟ ଅଫିସର ସରୋଜକାନ୍ତ ସୁଆର ପ୍ରମୁଖ ଯୋଗ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ୧୮ଗୋଟି ବନସୁରକ୍ଷା ସମିତିର ୨୮୨ ଟି ପରିବାର ଓ ୩ଗୋଟ ମହିଳା ସ୍ୱ.ସ ଗୋଷ୍ଠୀଙ୍କୁ ୨୯ ଲକ୍ଷ ୮୦ ହଜାର ଟଙ୍କା ଋଣ ଦିଆଯାଇଥିବା ବେଳେ ୧୦ ଦିନ ମଧ୍ୟରେ ୬ଲକ୍ଷ ୧୦ହଜାର ଋଣ ସହାୟତା ଦିଆଯିବ ବୋଲି ଟିମ ଲିଡର ଶ୍ରୀ ନାଏକ କହିଛନ୍ତି । ଏହି ଋଣ ଗାଇ, କୁକୁଡା, ବତକ, ଛେଳି, ମେଣ୍ଢା ପାଲନ, ମାଛ ଚାଷ, ଛତୁ ଚାଷ, ମୁଢି ମିଲ, ଛୋଟ ତେଜରାତି ଦୋକାନ, ପାନ ଦୋକାନ, ଚାହା ଜଲଖିଆ ଦୋକାନଙ୍କ ପାଇଁ ଋଣ ସହାୟତା ଦିଆଯାଇଛି ବୋଲି କହିଥିଲେ ।