ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୬ ଲକ୍ଷ ଓ ସୁନାଗହଣା

0
89
ବିଳମ୍ବିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୯/୦୫) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେରେ ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟି ସୁବାଷ ଅଗ୍ରୱାଲଙ୍କ ଘରେ ଗତ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ପ୍ରାୟ ୯ ଜଣ ଦୁର୍ବୁତ୍ତ ଘରକୁ ପସି ଆସି ମାରଣାସ୍ତ୍ର ଦେଖାଇ ପରିବାର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେଇ ଘରେ କଳାକାନା ବୁଲାଇଛନ୍ତି ଡକାୟତ । ଘରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଥିବା ଜଣାପଡିଛି । ୯ ଜଣ ଡକାୟତ ହିନ୍ଦୀ ଓ ବିହାରୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ ସୂଚନା ଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।