ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ

0
93
ଆମ୍ବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୯/୦୫) : ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ ବରକୋଳା ହରିଜନ ସାହିରେ ଅଭାବନୀୟ ଘଟଣା । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ । ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର ।

ବୃଦ୍ଧ ଜଣଙ୍କ ହେଲେ ଗୋବିନ୍ଦ ନାଏକ । ଗୋବିନ୍ଦ ନାଏକ ସବୁଦିନ ଭଳି ଆଜି ଆମ୍ବ ଗୋଟାଇବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ । ବାଟରେ ଏକ ହାତୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ହାତୀଟି ଗୋବିନ୍ଦଙ୍କ ବାମ ଗୋଡ଼କୁ ଚକଟି ଦେଇ ଚାଲିଯାଇଥିଲା । ଜୀବନ ବିକଳରେ ଗୋବିନ୍ଦ ୨ କି.ମି ଘୁସୁରି ଘୁସୁରି ଆସିବା ପରେ ଗାଁ’ର କିଛି ସ୍ତ୍ରୀ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଗ୍ରାମବାସୀ ଓ ବନ ବିଭାଗର ସହାୟତାରେ ଗୋବିନ୍ଦଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଛି । ପରେ ବନ ଅଧିକାରୀ ପହଞ୍ଚି ନୟାଗଡ଼ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ଵର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସାଙ୍ଗରେ ନେଇ ଯାଇଥିବା ସୂଚନା ମିଳିଛି। ଏକ ମାସ ହେବ ଏଭଳି ହାତୀମାନଙ୍କ ଦୌରାତ୍ମ୍ୟ ବଢିଚାଲିଛି । କେବଳ ଯେ ବରକୋଳା ବିଟ୍ ନୁହେଁ ଗୁମି ବିଟ୍‌ରେ ମଧ୍ୟ ହାତୀମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।