ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ 

0
282
ଦକ୍ଷିଣ ଓଡ଼ିଶା ପାଚିକା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୯/୫) : ଆଜି ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଙ୍ଘ Mid Day Meal Workers (AICCTU) ତରଫରୁ ଗୁଣୁପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 05 29 at 17.21.33 ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ 

ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ୨ୟ ଜିଲ୍ଲା ସମ୍ମିଳନୀରେ ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡା ପତାକା ଉତ୍ତୋଳନ କରିଥିବା ବେଳେ ପାଚିକା ସଂଘର ରାଜ୍ୟ ସଭାପତି ସବିତା ବରାଳ, ପାଚିକା ସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଓ ପ୍ରାୟ ୪୦୦ ପାଚିକା ମାନେ ଯୋଗଦେଇଥିଲେ । ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଭଳି ପାଇଲଟ ପ୍ରୋଜେକ୍ଟ କୁ ସଫଳ କରିବା ପାଇଁ ପାଚିକା ଓ ସହାୟିକା ମନେ ଦୁଇ ଦଶନ୍ଧି ଧରି ବିନା ଛୁଟିରେ ଦିନ ୧୦ ଟା ରୁ ୩ ଟା ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ବହୁ ଆନ୍ଦୋଳନ ଓ ଧାରଣା ପରେ ପାଚିକା ମନେ ୧୦୦ ଟଙ୍କାରୁ ବର୍ତମାନ ୧୪୦୦ ଟଙ୍କା ପାରିଶ୍ରମିକ ପାଇବାକୁ ସକ୍ଷମ ହୋଇଛନ୍ତି । ରାଜ୍ୟରେ ପ୍ରଥମେ ୯୬୬ ଓ ପରେ ୧୪୩୭୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ଫଳରେ ହଜାର ହଜାର ପାଚିକା ଓ ସହାୟିକା ସେମାନଙ୍କର କାମ ହରାଇଛନ୍ତି । ସେମାନଙ୍କର ନିଯୁକ୍ତି ବ୍ୟବସ୍ଥା ଏଯାବତ ସରକାର କରିନାହାଁନ୍ତି । ବହୁବାର ଆନ୍ଦୋଳନ ପାରେ ସରକାର ବକେୟା ୨୪ ମାସର ପାରିଶ୍ରମିକ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିଲେ ମଧ୍ୟ ୧୫ ଟି ଦାବି ପୂରଣ ଦିଗରେ ଅବହେଳା କରୁଛନ୍ତି ।

ତେଣୁ ଏହି ଆନ୍ଦୋଳନ କୁ ତୀବ୍ରତର କରିବା ପାଇଁ ସଙ୍ଗଠନକୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର , ଗଜପତି, ମାଲକାନଗିରି ରେ ବ୍ୟାପକ କରିବା ସହିତ ସେପ୍ଟେମ୍ବର ମାସରେ ପାଟଣା ଠାରେ ହେବାକୁ ଥିବା ଜାତୀୟ ସମ୍ମିଳନୀ ପୂର୍ବରୁ ୫୦୦୦ ସଦସ୍ୟ ପଞ୍ଜିକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରିବା, ମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ଦେବା ବନ୍ଦ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରିବା, ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରିବା, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ ବୃଦ୍ଧି ପାଇ ବ୍ୟବସ୍ଥା କରିବା, ନୁତନ ଶିକ୍ଷା ନୀତି ୨୦୨୦ କୁ ବାତିଲ୍ କରିବା, ନୁତନ ଭାବେ ନିଯୁକ୍ତି ପାଉଥିବା ପାଚିକା ମାନଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବା, ପାଚିକା ଓ ସହାୟିକା ମାନଙ୍କୁ ସରକାରୀ ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଇତ୍ୟାଦି । ଆଜିର ଏହି ସମ୍ମିଳନୀରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାନୟିକା ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ ପୌରହିତ କରିଥିବା ବେଳେ, ପଦ୍ମାବତୀ ଶବର, ମୁନି ଶବର, ମୁକ୍ତା ଶବର, ନଳିନୀ ପଣ୍ଡା, ପାର୍ବତୀ ଶବର, ଶାନ୍ତି ଶବର ପ୍ରମୁଖ ସହଯୋଗ କରିଥିଲେ ।