କାକିନାଡା ଦାଦନ ଖଟିବାକୁ ଯାଇ କୋଟପାଡ ବ୍ଳକର ଯୁବକ ନିଖୋଜ 

0
188
କାକିନାଡା

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୩୦/୫) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଳକର ବତାସନା ପଞ୍ଚାୟତ ଶୁଣ୍ଢିଗୁଡ଼ା ଗ୍ରାମର ନୂତନ ହରିଜନ (୨୦) ଆନ୍ଧ୍ରପ୍ରଦେଶର କାକିନାଡା ନିକଟସ୍ଥ ପେତାପୁଡି ଗ୍ରାମରେ ଜଣେ ଚିଙ୍ଗୁଡ଼ି ଚାଷୀଙ୍କ ପାଖରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ।WhatsApp Image 2023 05 30 at 12.04.13 କାକିନାଡା ଦାଦନ ଖଟିବାକୁ ଯାଇ କୋଟପାଡ ବ୍ଳକର ଯୁବକ ନିଖୋଜ 

କିନ୍ତୁ ଚଳିତ ମାସ ୨୩ ତାରିଖ ସନ୍ଧ୍ୟାରେ ପାଣି ଆଣିବାକୁ ଯାଇ ନିଖୋଜ ହୋଇଥିବା ଖବର ମିଳିଛି । ଏ ନେଇ ସେଠାକାର ଥାନାରେ ଏତେଲା ହୋଇଥିବା କଥା ଗ୍ରାମବାସୀ ଗଣ ମାଧ୍ଯମରେ ପ୍ରକାଶ କରିଛନ୍ତି । ଗତକାଲି କୋଟପାଡ଼ ଥାନାରେ ମଧ୍ୟ ଏ ନେଇ ଏତଲା ଦିଆଯାଇଥିବା ଜଣାପଡିଛି । ପରିବହନ ବିଭାଗ ଓ ଶ୍ରମ ବିଭାଗର ଅବହେଳା କାରଣରୁ କୋଟପାଡ଼ ବ୍ଲକରୁ କେରଳ, ଚେନ୍ନାଇ, ହାଇଦ୍ରାବାଦ କାକିନାଡା ସମେତ ଅନେକ ଅଞ୍ଚଳକୁ ବସ,ଭ୍ୟାନ୍‌ ଇତ୍ୟାଦି ଦ୍ଵାରା ଗାଁ’କୁ ଗାଁ ବୁଲି ଶ୍ରମିକ ମାନଙ୍କୁ ଦଲାଲମାନଙ୍କ ଜରିଆରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଛି । କେବଳ ନିରୀହ ଲୋକଙ୍କୁ ହେଲମେଟ୍, ଗାଡିର କାଗଜପତ୍ର ଇତ୍ୟାଦି ଯାଞ୍ଚ ଆଳରେ ଲକ୍ଷଲକ୍ଷ ଟଙ୍କା ଫାଇନ୍‌ ଆଦାୟ କରାଯାଉଛି ।

କିନ୍ତୁ ଦୁଇତିନୋଟି ରାଜ୍ୟରୁ ଗାଡ଼ି ଜାତୀୟ ରାଜପଥରେ ପାର୍କିଂ କରି ଗ୍ରାମାଞ୍ଚଳକୁ ଯାଇ ଶ୍ରମିକଙ୍କୁ ଘରୁ ବାହାର କରି ନେଉଛନ୍ତି, ସେହି ଗାଡି ଗୁଡ଼ିକର ଫିଟନେସ୍, ପରମିଟ୍ର ଇତ୍ୟାଦି ଯାଞ୍ଚ କରାଯାଉନଥିବା ଅଭିଯୋଗ ହେଉଛି ।ସ୍ଥାନୀୟ ଶ୍ରମିକ ଦାଦନ ପାଇଁ ବାହାର ରାଜ୍ୟକୁ ଯାଉଥିବାରୁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବିଫଳ ହେଉଥିବା ପରିଲକ୍ଷିତ ହେଉଛି । ତେଣୁ କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି । ଆର.ଟି.ଓ., ପୁଲିସ, ଶ୍ରମ ବିଭାଗ ପରସ୍ପର ଦୋଷାରୋପ କରି ଚାଲି ଯାଉଥିବାରୁୁ ଏପରି ଘଟଣା ମାନ ଥମିବାର ନାଁ ନେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।